www.samajalive.in
Friday, December 12, 2025
23.1 C
Bhubaneswar

ଦକ୍ଷିଣ କାଶ୍ମୀରରେ ଦୁଇ ଜଣ ଅଜ୍ଞାତ ଆତଙ୍କବାଦୀ ନିପାତ

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇ ଜଣ ଅଜ୍ଞାତ ଆତଙ୍କବାଦୀଙ୍କୁ ନିପାତ କରିଛି। ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲା ଅନ୍ତର୍ଗତ ଇମାମ୍‍ ସାହିବ୍‍ ଅଞ୍ଚଳରେ ମିଳିତ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଏହି ଦୁଇ ଜଣ  ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।  ଶନିବାର ଅପରାହ୍ଣରେ ସେହି ଅଞ୍ଚଳକୁ ଘେରାଉ କରି ଯବାନମାନେ ତଲାସୀ ଅଭିଯାନ ଚଳାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।  ତେବେ ଅଳ୍ପ ସମୟ ପାଇଁ ଗୁଳିଗୋଳା ବିନିମୟ ଚାଲିଥିଲା ଏବଂ ସେଥିରେ ଦୁଇ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ କେତେକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ମୃତ ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯାଉଛି । ସୋପିଆନ୍ ଜିଲ୍ଲାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‍ ଓ ମୋବାଇଲ୍‍ ସେବାକୁ ବନ୍ଦ କରିଦିଆଯାଇଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories