ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି । ଗାଜିଆବାଦର ଏକ ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଯବାନଙ୍କୁ ‘ମୋଦୀଙ୍କ ସେନା’ ବୋଲି କହିଥିଲେ । ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗରେ ତାଙ୍କୁ ନୋଟିସ ଜାରି ହୋଇଥିବା ଜଣାପଡିଛି । ଏହାର ଜବାବ ରଖିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଏପ୍ରିଲ ୫ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ମହଲତ ଦିଆଯାଇଥିବା ନିର୍ବାଚନ କମିଶନ କହିଛନ୍ତି।
ସୂଚନାଯୋଗ୍ୟ, କୌଣସି ଦଳ ନିର୍ବାଚନୀ ରାଲି ବା ପୋଷ୍ଟରରେ ଭାରତୀୟ ସେନାଙ୍କ ନାମ ବା ଫଟୋ ବ୍ୟବହାର କରି ପାରିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦେଶ ଦେଇଥିଲେ । କିନ୍ତୁ ଦେଶର ଯବାନଙ୍କୁ ଯୋଗୀ ଆଦିତ୍ୟନାଥ ବିଜେପିର ବୋଲି ବାର୍ତ୍ତା ଦେବାକୁ ଚାହୁଁଥିବା ହୃଦୟଙ୍ଗମ କରି ନିର୍ବାଚନ କମିଶନ ଯୋଗୀଙ୍କୁ ନୋଟିସ ପଠାଇଛନ୍ତି।
Comments are closed.