mission shakti banner

୪୦ବର୍ଷ ପୂର୍ବ ସର୍କୁଲାରକୁ ସାର୍ବଜନୀନ କର – କେନ୍ଦ୍ରୀୟ ସୂଚନା ଆୟୋଗ

BSKY banner  750×100

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରୀ କରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ୪୦ବର୍ଷ ପୂର୍ବେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ସାର୍ବଜନୀନ କରିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ସୂଚନା ଆୟୋଗ କହିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଗୋପନୀୟ ରେକର୍ଡ ଆଳରେ ସେହି ନିର୍ଦ୍ଦେଶାବଳୀକୁ ସାର୍ବଜନୀନ ନ କରିବା ଯୁକ୍ତିକୁ ସୂଚନା ଆୟୋଗ ଖାରଜ କରିଦେଇଛନ୍ତି।

ମୁଖ୍ୟ ସୂଚନା କମିଶନର ସୁଧୀର ଭାର୍ଗବ କହିଛନ୍ତି, ଜଣେ ଆବେଦନକାରୀ ଆର.ଟି.ଆଇ ମାଧ୍ୟମରେ ଲୁକ ଆଉଟ ନୋଟିସ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀର ନକଲ ଆବଶ୍ୟକ କରିଥିଲେ, କିନ୍ତୁ ମନ୍ତ୍ରାଳୟ ସେହି ତଥ୍ୟ ଗୋପନୀୟ ଏବଂ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ଏହି ମାମଲା ଗୌରବ ଦୀପ ଗୁପ୍ତା ନାମକ ବ୍ୟକ୍ତି ସହ ଜଡିତ ଯିଏ ଆର.ଟି.ଆଇ ନିୟମ ଅନୁଯାୟୀ ଗୃହ ମନ୍ତ୍ରାଳୟ ଦ୍ୱାରା ୧୯୭୯ ମସିହା ସେପ୍ଟେମ୍ବର ୫ରେ ଜାରି କରାଯାଇଥିବା ଲୁକ ଆଉଟ ନୋଟିସ ସମ୍ପର୍କିତ ନିର୍ଦ୍ଦେଶାବଳୀର ନକଲ ପାଇଁ ଆବେଦନ କରିଛନ୍ତି।

ନିୟମ ଅନୁଯାୟୀ ଏହି ତଥ୍ୟ ଦେବା ପାଇଁ ମନା କରାଯାଇ ପାରିବ ନାହିଁ ବୋଲି ମୁଖ୍ୟ ସୂଚନା କମିଶନର ସୁଧୀର ଭାର୍ଗବ କହିଛନ୍ତି।

Comments are closed.