www.samajalive.in
Monday, December 8, 2025
13.1 C
Bhubaneswar

ଗର୍ଭବତୀ ଥିବା ବେଳେ ଠିକ ଭାବେ ନିଦ ହେଉନାହିଁ କି, କରନ୍ତୁ ଏହି ଉପାୟ

ମହିଳାମାନେ ଗର୍ଭବତୀ ଥିବା ବେଳେ ତାଙ୍କର ଅଧିକ ଧ୍ୟାନ ନେବା ସହ ଯତ୍ନ ନେବାକୁ ପଡିଥାଏ। ଏହାସହ ଶରୀର ଉପଯୋଗୀ ଖାଦ୍ୟ ଓ ଉତ୍ତମ ନିଦ୍ରା ସେମାନଙ୍କୁ ଆବଶ୍ୟକ ହୋଇଥାଏ। ଗର୍ଭାବସ୍ଥା ସମୟରେ ସେମାନଙ୍କ ଶରୀର​‌ରେ ଅନେକ ହର୍ମୋନର ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ, ଯେଉଁ କାରଣରୁ ସେମାନଙ୍କୁ ଠିକ ଭାବେ ନିଦ ହୋଇ ନ ଥାଏ। ବେଳେବେଳେ ସେମାନେ ନିଜକୁ ଅଣନିଶ୍ବାସୀ ପରି ମନେ କରି ଥାଆନ୍ତି। ଏପରି କ୍ଷେତ୍ରରେ ଗର୍ଭବତୀ ମହିଳାମାନେ ଠିକ ଭାବେ ନ ଶୋଇବା ଦ୍ବାରା ସେମାନଙ୍କ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ।

ତେବେ ଗର୍ଭସ୍ଥ ମହିଳାଙ୍କ ପାଇଁ କିଛି ଉପାୟ ରହିଛି, ଯାହାଦ୍ବାରା ସେମାନଙ୍କୁ ଠିକ ଭାବେ ନିଦ ହେବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ..

- Advertisement -

ଗର୍ଭାବସ୍ଥାର ତୃତୀୟ ମାସରେ କେବେ ବି ଅଣ୍ଟାର ବଳରେ ଅଧିକ ସମୟ ଶୋଇବା ଅନୁଚିତ। ଶୋଇବାର କିଛି ସମୟ ପରେ କଡ ଲେଡଟାଇବା ଉଚିତ। ସର୍ବଦା ବାମ ପଟକୁ ମୁହଁ କରି ଶୋଇବାର ଅଭ୍ୟାସ କରିବା ଉଚିତ। ଏପରି କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

ରାତିରେ ଗର୍ଭବତୀ ମହିଳାମାନେ ଅଧିକ ଭୋଜନ କରନ୍ତୁ ନାହିଁ। ସର୍ବଦା ରାତି ସମୟରେ ଅଳ୍ପ ଖାଆନ୍ତୁ। ଗର୍ଭସ୍ଥ ଶିଶୁ ସୁସ୍ଥ ରହିବା ପାଇଁ ଅଧିକ ମସଲା ଓ ତେଲ ଯୁକ୍ତ ଖାଦ୍ୟର ସେବନ କରନ୍ତୁ ନାହିଁ।

ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କିମ୍ବା ​‌ଯୋଗ କରନ୍ତୁ। ଏହାଦ୍ବାରା ଆପଣଙ୍କର ଶରୀରର ଦରଜ କମ ହେବ।

ଗର୍ଭବତୀ ମହିଳାମାନେ ଦିନରେ କିଛି ନା କିଛି ଖାଇବା ଉଚିତ। କାରଣ ଖାଲି ପେଟ ରହିବା ଦ୍ବାରା ଗର୍ଭସ୍ଥ ଶିଶୁ ଉପରେ​‌ ଖରାପ ପ୍ରଭାବ ପଡିଥାଏ। ଏହାଦ୍ବାରା ଅସ୍ତବ୍ୟସ୍ତ ଅନୁଭବ ହୋଇଥାଏ।

ଶୋଇବା ବେଳେ ମଧୁର ସଙ୍ଗୀତ ମଧ୍ୟ ଶୁଣି ଶୋଇପାରିବେ।

ଗର୍ଭବତୀ ମହିଳାମାନେ ଶୋଇବା ପୂର୍ବରୁ ବେଳେବେଳେ ଉଷୁମ ପାଣିରେ ଗାଧୋଇବା ଉଚିତ। ଏହାଦ୍ବାରା ଶରୀର ସତେଜ ଅନୁଭବ ହୋଇଥାଏ। ଏହାସହ ନିଦ ଠିକ ଭାବେ ହୋଇଥାଏ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories