www.samajalive.in
Wednesday, December 10, 2025
26.1 C
Bhubaneswar

ଏସୀୟ ସୁଟିଂ: ମାନୁ, ସୌରଭଙ୍କୁ ୨ୟ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ : ଚାଇନିଜ୍‌ ତାଇପେର ତାଓୟୁଆନ୍‌ରେ ଚାଲିଥିବା ୧୨ଶ ଏସୀୟ ଏୟାରଗନ୍‌ ଚମ୍ପିଆନ୍‌ସିପ୍‌ରେ ଭାରତୀୟ ସୁଟରଙ୍କ ଭଲ ପ୍ରଦର୍ଶନ ଅବ୍ୟାହତ ରହିଛି। ଶୁକ୍ରବାର ଭାରତୀୟ ସୁଟର ମାନୁ ଭାକେର ଓ ସୌରଭ ଚୌଧୁରୀ ୨ୟ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ସୂଚନାଯୋଗ୍ୟ; ପ୍ରତିଯୋଗିତାର ପ୍ରଥମଦିନରେ ୧୦ ମିଟର ଏୟାର ପିସ୍ତଲ୍‌ ମିଶ୍ରିତ ଦଳଗତ ଇଭେଣ୍ଟରେ ମାନୁ ଓ ସୌରଭ ନୂତନ ବିଶ୍ବରେକର୍ଡ ପ୍ରତିଷ୍ଠା କରି ସ୍ବର୍ଣ୍ଣପଦକ ଜିତିଥିଲେ।
ଶୁକ୍ରବାର ମାନୁ ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ସୌରଭ ପୁରୁଷ ୧୦ ମିଟର ଏୟାର ପିସ୍ତଲ୍‌ ବିଭାଗରେ ଦଳଗତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର ଏୟାର ପିସ୍ତଲ୍‌ ବ୍ୟକ୍ତିଗତ ବିଭାଗରେ ଅଭିଷେକ ବର୍ମା ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
ମହିଳା ୧୦ ମିଟର ଏୟାର ପିସ୍ତଲ୍‌ ବିଭାଗ ଯୋଗ୍ୟତା ପର୍ଯ୍ୟାୟରେ ମାନୁ ୬୦୦ ପଏଣ୍ଟରୁ ୫୭୫ ପଏଣ୍ଟ ସ୍କୋର କରି ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ପର୍ଯ୍ୟାୟ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ମାନୁ ଓ ହଂକଂର ସିଙ୍ଗ୍‌ ହୋ ଚିଙ୍ଗ୍‌ଙ୍କ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ କଡ଼ା ମୁକାବିଲା ହୋଇଥିଲା। ୨୪ ସଟ୍ ବିଶିଷ୍ଟ ଫାଇନାଲରେ ମାନୁ ୨୩୯ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ଜିତିଥିବା ବେଳେ ସିଙ୍ଗ୍‌ ୨୩୭.୯ ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିଲେ। ୟୁଏଇର ୱାଫା ଏଲାଲି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଫାଇନାଲ ପର୍ଯ୍ୟାୟ ନିମନ୍ତେ ଯୋଗ୍ୟତା ହାସଲ କରିଥିବା ଅନ୍ୟତମ ଭାରତୀୟ ଶ୍ରୀ ନିଭେତା ୬ଷ୍ଠ ସ୍ଥାନରେ ରହିଥିଲେ। ଭାରତକୁ ଦଳଗତ ବ୍ରୋଞ୍ଜ୍‌ ପଦକ ମିଳିଥିଲା।
ପୁରୁଷ ୧୦ ମିଟର ଏୟାର ପିସ୍ତଲ୍‌ ବିଭାଗ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସୌରଭ ୫୮୭, ରବୀନ୍ଦ୍ର ୫୭୮ ଓ ଅଭିଷେକ ୫୭୭ ପଏଣ୍ଟ ହାସଲ କରି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ଅଭିଷେକ ୨୪୦.୭ ପଏଣ୍ଟ ହାସଲ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ କୋରିଆର ମୋସେ କିମ୍‌ ୨୪୦.୯ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। କୋରିଆର ଟାୱାନ୍‌ ଲି ବ୍ରୋଞ୍ଜ୍‌ ପଦକ ଜିତିଥିବା ବେଳେ ସୌରଭ ଚତୁର୍ଥ ଓ ରବିନ୍ଦ୍ର ସପ୍ତମ ସ୍ଥାନରେ ରହିଥିଲେ। ତେବେ ଦଳଗତ ବିଭାଗରେ ଏହି ୩ ଭାରତୀୟ ସୁଟର ୧୭୪୨ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।ପୁରୁଷ ୧୦ ମିଟର ଏୟାର ପିସ୍ତଲ୍‌ ବିଭାଗ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସୌରଭ ୫୮୭, ରବିନ୍ଦ୍ର ୫୭୮ ଓ ଅଭିଷେକ ୫୭୭ ପଏଣ୍ଟ ହାସଲ କରି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ଅଭିଷେକ ୨୪୦.୭ ପଏଣ୍ଟ ହାସଲ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ କୋରିଆର ମୋସେ କିମ୍‌ ୨୪୦.୯ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। କୋରିଆର ଟାୱାନ୍‌ ଲି ବ୍ରୋଞ୍ଜ୍‌ ପଦକ ଜିତିଥିବା ବେଳେ ସୌରଭ ଚତୁର୍ଥ ଓ ରବିନ୍ଦ୍ର ସପ୍ତମ ସ୍ଥାନରେ ରହିଥିଲେ। ତେବେ ଦଳଗତ ବିଭାଗରେ ଏହି ୩ ଭାରତୀୟ ସୁଟର ୧୭୪୨ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories