www.samajalive.in
Wednesday, December 10, 2025
26.1 C
Bhubaneswar

ଚାନ୍ଦବାଲିରେ ବ୍ୟୋମକେଶଙ୍କୁ ବିପୁଳ ସମ୍ବର୍ଦ୍ଧନା

ଧାମରା: ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟନାୟକ ଚାନ୍ଦବାଲିର ବିକାଶ ଧାରାକୁ ଆଗେଇ ନେବା ପାଇଁ ପୁଣି ଥରେ ବିଧାୟକ ବ୍ୟୋମକେଶ ରାୟଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଦ୍ୱିତୀୟ ବାର ଚାନ୍ଦବାଲି ବିଧାନସଭା ପ୍ରାର୍ଥି ଭାବରେ ଚୟନ କରିଥିବାରୁ ଚାନ୍ଦବାଲି ବାସୀ ଖୁସି ପ୍ରକଟ କରିଛନ୍ତି। ଶୁକ୍ରବାର ବ୍ୟୋମକେଶ ରାୟ ଚାନ୍ଦବାଲିରେ ପହଞ୍ଚିବା ପରେ ହଜାର ହଜାର ସମର୍ଥକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଞାପନ କରିଛନ୍ତି। ସ୍ଥାନୀୟ ଖେରଙ୍ଗ ବଜାର ଠାରେ ବିଜୁ ମହିଳା , ବିଜୁ ଛାତ୍ର ଜନତା ଏବଂ ବିଜୁ ଯୁବ ଜନତା ଦଳ ତରଫରୁ ଉତ୍ସାହର ଶହ ପାଛୋଟି ଆଣିଥିଲେ ପରେ ହଜାରରୁ ଉର୍ଦ୍ଧ ବାଇକରେ ଏକ ବିଶାଳ ଶୋଭାଯାତ୍ରା ଖେରଙ୍ଗରୁ ବାହାରି ଚାନ୍ଦବାଲିରେ ପହଞ୍ଚି ଥିଲା। ନାଲଗୁଣ୍ଡା, ଦିଗଛିଆ, ମତୋ, ଉଗ୍ରତରା, ମହୁଲିଆ, କୁଆଁରସର, ପାଞ୍ଚପଡା ଛକଠାରେ ବହୁ ସଂଖ୍ୟାରେ ସମର୍ଥକ ବ୍ୟୋମକେଶଙ୍କୁ ପୁଷ୍ପଗୁଛ ଦେଇ ମଙ୍ଗଳମନାସୀ ଥିଲେ। ବ୍ୟୋମକେଶ ଚାନ୍ଦବାଲିରେ ଥିବା ବିଜୁ ଜନତା ଦଳର କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ସମର୍ଥକ ମାନେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।

ଏହି ସମ୍ବର୍ଦ୍ଧନା ଉତ୍ସବ ତଥା ବାଇକ ରାଲିରେ, ଚାନ୍ଦବାଲି ବ୍ଲକର ବିଜୁ ଯୁବ ଜନତା ଦଳର ସମ୍ପାଦକ ଚଗୁଲୁ ଲେଙ୍କା, ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସମାଜସେବୀ ରଞନ ସାହୁ, ରାଜ୍ୟ ପରିଷଦ ସଦସ୍ୟ ଅଶୋକ ବଳ, ଯୁବ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଜିତେନ୍ଦ୍ର ପାଣି, ବିଜୁ ଯୁବ ଜନତା ଦଳର ସଭାପତି ପ୍ରଭାସ ରଞନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ଦାସ, ମଉସୁଧା ସରପଂଚ ବ୍ରଜକିଶୋର ମଲିକ, ଶୁଭେନ୍ଦୁ ସାହୁ, ରାଜ୍ୟ ଛାତ୍ର ସଂପାଦକ ପ୍ରିନ୍ସ ରାକେଶ ନାୟକ, ଯୁବ ନେତା ସରୋଜ ବଳ, ଖଗେଶ୍ୱର ବଳ, ଶରତ ସାହୁ, ନରେଶ ମାଝୀ, ଜାମଜୋଡି ପଞ୍ଚାୟତର ଯୁବ ନେତା ପ୍ରଫୁଲ ଭୂୟାଁ, ସତ୍ୟବୀର ପ୍ରତାପ ରାଏ, ଭାଷ୍କରଚନ୍ଦ୍ର ଦାସ, ଅକ୍ଷୟ କୁମାର ନାୟକ, ରଞିତ ସାହୁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories