www.samajalive.in
Wednesday, December 10, 2025
26.1 C
Bhubaneswar

ଶଙ୍ଖ ଛାଡିଲେ ବିଜେଡି ଜିଲ୍ଲା ଉପସଭାପତି ପ୍ରତାପ

ଧାମରା: ବିଜେଡିର ପୂର୍ବତନ ବ୍ଲକ ସଭାପତି ତଥା ବିଜେଡି ଜିଲ୍ଲା ଉପସଭାପତି ପ୍ରତାପଚନ୍ଦ୍ର ଧଳ ଶୁକ୍ରବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟନାୟକଙ୍କୁ ସେ ଏହି ଇସ୍ତଫା ପତ୍ର ପଠାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସ୍ଥାନୀୟ ଯଶୀପୁର ପଞ୍ଚାୟତର ବାରାକୋଲହ୍ ଠାରେ ୪୫ଟି ପଞ୍ଚାୟତର ସମର୍ଥକ, କର୍ମୀ ଏବଂ ଆଗ ଧାଡିର ନେତୃବୃନ୍ଦକୁ ନେଇ ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ହଜାରରୁ ଉର୍ଦ୍ଧ୍ୱ କର୍ମୀ ଏବଂ ବହୁ ସମର୍ଥକ ଯୋଗ ଦେଇଥିବା ବେଳେ ବିଧାୟକ ବ୍ୟୋମକେଶ ରାୟଙ୍କ ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କେତକ ଅସାମଜିକ ବ୍ୟକ୍ତି ତଥା ବିଧାୟକଙ୍କ ସମର୍ଥକ ମହିଳାମାନଙ୍କ ଆକ୍ରମଣ କଥାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅଭିଯୋଗ କରିଥିଲେ। ମାତ୍ର ଦଳର ସୁପ୍ରିମୋ ଏ ବିଷୟରେ କିଛି ପଦକ୍ଷେପ ନେବା ପରିବର୍ତ୍ତେ ପୁନଶ୍ଚ ବ୍ୟୋମକେଶଙ୍କୁ ଟିକେଟ ପ୍ରଦାନ କରିଥିବାରୁ ସେ ଏଥିରେ କ୍ଷୋଭ ପ୍ରକାଶ କରିବା ସହ ତାଙ୍କର ୪ହଜାରରୁ ଉର୍ଦ୍ଧ ସମର୍ଥକଙ୍କ ସହ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସେ ନିଜର ସମର୍ଥକଙ୍କ ସହ କେଉଁ ଦଳକୁ ଯିବେ ଅଥବା ଅନ୍ୟ ଦଳକୁ ସମର୍ଥନ କରିବେ ସେ ଏ ନେଇ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଏ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଏକ ୫୧ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ନିଷ୍ପତ୍ତି ଅନୁଯାୟୀ ସେ ଆଗାମୀ ଦିନରେ ନିଷ୍ପତ୍ତି ନେବେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories