www.samajalive.in
Monday, December 8, 2025
24.1 C
Bhubaneswar

ଆଇପିଏଲ-୨୦୧୯ : ଆଜି ହାଇଦରାବାଦ ଓ ରାଜସ୍ଥାନ ମଧ୍ୟରେ ମୁକାବିଲା

ହାଇଦରାବାଦ : ଆଇପିଏଲ-୨୦୧୯ରେ ଶୁକ୍ରବାର ଦିନ ସନରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ହାଇଦ୍ରାବାଦଠାରେ ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।

ଗୁରୁବାର ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ୍‍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ରନରେ ପରାସ୍ତ କରିଛି। ଏକ ରୋମାଞ୍ଚକର ସ୍ଥିତିରେ ରୟାଲ୍‍ ଚାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସର ୧୮୮ରନ୍‍ର ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ବଲ୍‍ରେ ଖେଳକୁ ସୁପର ଓଭର ସ୍ଥିତିକୁ ଆଣିବା ପାଇଁ ୬ରନ୍‍ ଆବଶ୍ୟକ କରୁଥିବାବେଳେ ଲସିତ ମଲିଙ୍ଗା ପକାଇଥିବା ଶେଷ ବଲ୍‍ଟି ନୋ ବଲ୍‍ ଥିବା ଫିଲ୍ଡ ଅମ୍ପେୟାର୍‍ଙ୍କ ଦୃଷ୍ଟି ଗୋଚର ହୋଇନଥିଲା। ପରେ ରିପ୍ଲେ ଦ୍ୱାରା ନୋ ବଲ୍‍ ଜଣାପଡ଼ିବାରୁ ଖେଳକୁ ସୁପର ଓଭର ପରିବର୍ତ୍ତେ ବେଙ୍ଗାଲୋର ଟିମ୍‍, ରନ୍‍ ସଂଖ୍ୟାକୁ ୧୮୧ରେ ସୀମିତ ରଖାଯାଇଥିଲା। ଚଳିତ ଆଇପିଏଲର ଏହା ଦ୍ୱିତୀୟ ବିବାଦୀୟ ନିଷ୍ପତ୍ତି ବୋଲି ଜଣାପଡ଼ିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories