www.samajalive.in
Monday, December 8, 2025
13.1 C
Bhubaneswar

ଏହି ସଙ୍କେତକୁ କରନ୍ତୁ ନାହିଁ ଅଣଦେଖା ; ପଡିପାରେ ମହଙ୍ଗା

ଯଦି ଆପଣଙ୍କ ଶରୀର କିଛି ସଙ୍କେତ ଦେଉଛି ତେବେ ତାହାକୁ ଆପଣ ଅଣଦେଖା କରନ୍ତୁ ନାହିଁ । କାରଣ ଆପଣଙ୍କ ଏହି ଅଣଦେଖା ପରବର୍ତ୍ତୀ ସମୟରେ ମହଙ୍ଗା ପଡିପା​‌ରେ । ତେବେ ଆସନ୍ତୁ ଜାଣିବା ସେହି ସବୁ ସଙ୍କେତ କ’ଣ ?

୧. ସର୍ବଦା ଦୁର୍ବଳ ଲାଗିବା କିମ୍ବା ଶରୀରରେ ଶକ୍ତି କମ୍ ଅନୁଭବ ହେବା ଏବଂ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ନ ହେବା ଏସବୁ ଲକ୍ଷଣ ବୃକକ୍ ଖରାପର ସଙ୍କେତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

- Advertisement -

୨. ବାରମ୍ବାର ପରିସ୍ରା ଲାଗିବା ଏବଂ ରାତିରେ ଅନେକ ଥର ପରିସ୍ରା ଯିବା, ଶରୀରରେ ଥିବା କିଛି ରୋଗର ସଙ୍କେତ ଦେଇଥାଏ । ଏଭଳି ସଙ୍କେତ ମିଳିଲେ ଅବହେଳା କରନ୍ତୁ ନାହିଁ, ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।

୩. ଯଦି ଆପଣଙ୍କ ତ୍ବଚାରେ ହଠାତ୍ ପରିବର୍ତ୍ତନ ଦେଖୁଛନ୍ତି, ଯେମିତି ତ୍ବଚା ଜଳାପୋଡା ହେବା କିମ୍ବା କୁଣ୍ଡେଇ ହେବା ଭଳି ସଙ୍କେତ ମିଳେ ତେବେ ଡେରି ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୪. ଯଦି ପରିସ୍ରାରେ ରକ୍ତ ଦେଖା ଦେଉଥାଏ ତେବେ ବୃକକରେ ପଥର ବା ବୃକକ୍ ସଂକ୍ରମଣ ହେବାର ଆଶଙ୍କା କରାଯାଏ ।

୫. ଉଚିତ୍ ସମୟ ବ୍ୟବଧାନରେ ଭୋକ ନହେବା, ରାତିରେ ନିଦ ନ ହେବା ଏବଂ ପରିସ୍ରା ଦୁର୍ଗନ୍ଧ ହେବା ବୃକକ୍ ଖରାପର ସଙ୍କେତ ବୋଲି ବୁଝିଯିବେ ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories