www.samajalive.in
Sunday, December 7, 2025
15.1 C
Bhubaneswar

ରେଷ୍ଟ୍ରୁରାଣ୍ଟ ଚିକେନ ଫ୍ରାଏ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୨ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ଶୁଖିଲା ଲଙ୍କା – ୨ଟି
ବେସନ – ୧ଚାମଚ
ଗୋଟା ଜିରା – ଅଳ୍ପ
ଲବଙ୍ଗ – ୩ ଟି
ମେଥି – ସାମାନ୍ୟ
ଗୋଲମରିଚ – ୪ଟି
ଗୁଜୁରାତି – ୩ଟି
ସୋରିଷ ତେଲ – ଅଳ୍ପ
ସଜାଇବା ପାଇଁ – ଲେମ୍ବୁ ଖଣ୍ଡ, ଚାର୍ଟ ମସଲା, ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାନ୍ତୁ। କଡ଼େଇ ଗରମ ହେବା ପରେ ଲବଙ୍ଗ, ଗୁଜୁରାତି, ଲଙ୍କା, ମେଥି, ଜିରା ପକାଇ ଭାଜି ଦିଅନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ଥଣ୍ଡା କରି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ପେଷି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏଥିରେ ପେଷି ଥିବା ମସଲା, ଲୁଣ, ବେସନ, ଅଳ୍ପ ସୋରିଷ ତେଲ, ଅଦା ରସୁଣ ବଟା ପକାଇ ଭଲ ଭାବେ ଗୋଳାଇ ୩୦ ମିନିଟ ରଖି ଦିଅନ୍ତୁ। ଏବେ ଗ୍ୟାସରେ ପୁଣି କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖି ଥିବା ଚିକେନକୁ ପକାଇ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ଲେମ୍ବୁ, ଧନିଆ ପତ୍ର, କଟା ପିଆଜ, ଚାର୍ଟ ମସଲା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରେଷ୍ଟ୍ରୁରାଣ୍ଟ ଚିକେନ ଫ୍ରାଏ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories