www.samajalive.in
Monday, December 8, 2025
13.1 C
Bhubaneswar

ଅଗସ୍ତା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ଅନ୍ୟ ଜଣେ ମଧ୍ୟସ୍ଥି ଗିରଫ  

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟକୁ ଏକ ବଡ ସଫଳତା ମିଳିଛି । ୩୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲାଣ୍ଡ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ତଥା ଏହି ଚୁକ୍ତିର ମଧ୍ୟସ୍ଥି ମୁଶେନ ମୋହନ ଗୁପ୍ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ଗିରଫ କରିଛି । ତାଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରାଯିବ । ମୁଶେନ ମୋହନ ଗୁପ୍ତାଙ୍କ ଗିରଫ ପରେ ଏହି ମାମଲାରେ ଅହୁରି ଅଧିକ ରହସ୍ୟର ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି । ଏହି ମାମଲାର ଆଇନଜୀବୀ ଗୌତମ ଖୈତାନ ଏବଂ ମୁଖ୍ୟ ମଧ୍ୟସ୍ଥି କିଶ୍ଚିୟନ ମିଶେଲଙ୍କୁ ମଧ୍ୟ ଇଡି ଗିରଫ କରିସାରିଛି।

ଅଗସ୍ତ ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା ଦୁବାଇ ବ୍ୟବସାୟୀ ରାଜୀବ ସକ୍ସେନା ଏବେ ସରକାରୀ ସାକ୍ଷୀ ସାଜିଛନ୍ତି । ଏକ ନାଟକୀୟ ଘଟଣାକ୍ରମରେ ଜାନୁଆରୀ ୩୧ରେ ସରକାର ସକ୍ସେନାଙ୍କୁ ଦୁବାଇରୁ ଭାରତକୁ ପ୍ରତ୍ୟାର୍ପଣ କରାଇଥିଲେ । ସିବିଆଇର ସ୍ବତନ୍ତ୍ର ଅଦାଲତ ସେକ୍ସେନାଙ୍କୁ ସରକାରୀ ସାକ୍ଷୀ ଭାବେ ହାଜର କରିବା ଅନୁମତି ଦେଇଛନ୍ତି ।

- Advertisement -

ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ବିଶେଷତ୍ବ

ଏହି ହେଲିକପ୍ଟରରେରେ ୩ଟି ମଜବୁତ୍ ଇଞ୍ଜିନ ରହିଛି । ମୋଟ ୧୨ଟି ହେଲିକପ୍ଟର ଭିଭିଆଇପି ଲୋକଙ୍କ ପାଇଁ କ୍ରୟ ହେବାର ଯୋଜନା ଥିଲା। ଏଥିରେ ୩୬୦ ଡିଗ୍ରୀ ନିରକ୍ଷଣ କରିବା ପାଇଁ ରଡାର ସହ ଆତ୍ମରକ୍ଷା ସୁଟ ରହିଛି । ୭୪.୯୨ ଫୁଟ ଲମ୍ବା ଏବଂ ୨୧.୮୩ ଉଚ୍ଚତା ବିଶିଷ୍ଟ ଏହି ହେଲିକପ୍ଟରର ଘଣ୍ଟା ପ୍ରତି ବେଗ ୨୭୮ କିମି ରହିଛି ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories