ଭିଟାମିନର ରାଜା ଭାବେ ପରିଚିତ ‘ଅଖରୋଟ’ର ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ଗୁଣ ରହିଛି। ଯାହା ସଭିଁଙ୍କୁ ବେଶ ଜଣା। କ୍ୟାଲସିୟମ, ମାଗ୍ନେସିୟମ, ଆଇରନ, ଫସଫରସ, ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଏହା ବହୁ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହାକୁ କିଛି ଘଣ୍ଟା ପାଣିରେ ଭିଜାଇ ଖାଇବା ଦ୍ୱାରା ଏହାର ଉପକାରୀ ଗୁଣ ଦୁଇ ଗୁଣା ବଢିଯାଏ। ଜାଣନ୍ତୁ ଏହାର ଶରୀରର କି କି ଉପକାର କରେ….
ପେଟର ଚର୍ବି କମ କରିଥାଏ-
ଅଖରୋଟକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମୋଟା ପଣ ହ୍ରାସ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ପେଟରେ ବୃଦ୍ଧି ପାଉଥିବା ଚର୍ବିକୁ ଦୂର କରିଥାଏ।
ସୁନିଦ୍ରା –
ବହୁ ଲୋକଙ୍କୁ ଭଲ ଭାବେ ନିଦ ହୋଇନଥାଏ। ଫଳରେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ଆପଣଙ୍କୁ ଯଦି ଭଲ ଭାବେ ନିଦ ହେଉ ନଥାଏ, ତେବେ ନିୟମିତ ପାଣି ଭିଜାଇ ଅଖରୋଟ ଖାଆନ୍ତୁ। ଏଥିରେ ଥିବା ମେଲାଟୋନିନ ନାମକ ତତ୍ତ୍ୱ କାରଣରୁ ଆପଣଙ୍କୁ ଭଲ ଭାବେ ନିଦ ହୋଇଥାଏ।
ହାଡ଼ ଶକ୍ତ କରେ –
ଏହାକୁ ପାଣିରେ ଭିଜାଇ ନିୟମିତ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ।
କର୍କଟ ରୁ ରକ୍ଷା କରେ –
ଅଖରୋଟକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟି ହେବାକୁ ଦେଇନଥାଏ।
ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ଅଖରୋଟ
Popular Categories



