www.samajalive.in
Thursday, December 11, 2025
16.1 C
Bhubaneswar

ଜାଣନ୍ତୁ କେତେ ଉପକାରୀ କାଙ୍କଡ଼

ସାଧାରଣତଃ ଆମେ ଜାଣନ୍ତି ଯେ ସବୁଜ ପନିପରିବା ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ତେବେ ବିଭିନ୍ନ ପନିପରିବା ମଧ୍ୟରୁ କାଙ୍କଡ଼ ଅନ୍ୟତମ। ପ୍ରାୟ ଖୁବ୍ କମ୍ ଲୋକ ଏହାର ଉପକାରୀ ଗୁଣ ବିଷୟରେ ଅବଗତ। ଅନେକ ସ୍ଥାନରେ ମିଠା କଲରା ନାଁ’ରେ ଜଣାଶୁଣା ଏହି ପରିବା ଖାଇବା ଦ୍ବାରା ଶରୀରିକ ଶକ୍ତି ବହୁତ ମାତ୍ରାରେ ବୃଦ୍ଧି ପାଇଥାଏ। ଏଥିସହିତ କାଙ୍କଡ଼ ଖାଇବା ଦ୍ବରା ଆମର ଅନେକ ଉପକାର ହୋଇଥାଏ। ଆୟୁର୍ବେଦରେ ମଧ୍ୟ କାଙ୍କଡରୁ ମିଳୁଥିବା ଲାଭ ସମ୍ପର୍କରେ କୁହାଯାଇଛି। ତେବେ ଚାଲନ୍ତୁ ଜାଣିବା କାଙ୍କଡ଼ ଖାଇବା ଦ୍ବାରା ଆମର କି ଲାଭ ହୋଇଥାଏ –

ଓଜନ କମ୍ କରେ :
କାଙ୍କଡ଼ରେ ଫାଇବରର ମାତ୍ରା ଅଧିକ ରହିଥାଏ। ଯେଉଁ କାରଣରୁ ଏହାକୁ ଖାଇବା ପରେ ବହୁତ ସମୟ ପର୍ୟ୍ୟନ୍ତ ପେଟ ଭାରୀ ଲାଗିଥାଏ। ପେଟ ଭାରୀ ରହିଲେ ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାଠାରୁ ଦୂରେଇ ରହିଥା’ନ୍ତି। ଏହା ବ୍ୟତୀତ କାଙ୍କଡ଼ରେ କ୍ୟାଲୋରୀ ମଧ୍ୟ ବହୁତ କମ୍ ରହିଥାଏ। ଏଥିପାଇଁ ଆପଣଙ୍କ ଓଜନ କମ୍ କରିବା ପାଇଁ ଏହା ଔଷଧ ରୂପରେ କାର୍ୟ୍ୟ କରିଥାଏ।

- Advertisement -

କ୍ୟାନସରକୁ ନିୟନ୍ତ୍ରଣ କର :
କାଙ୍କଡ଼ରେ ଲ୍ୟୁଟେନ୍ ନାମକ ଏକ କ୍ୟାନସର୍ ବିରୋଧୀ ତତ୍ତ୍ୱ ରହିଛି। ଏହି ତତ୍ତ୍ୱ ଆଖି ରୋଗ ଓ ହୃଦଘାତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। କେବଳ ଏତିକି ନୁହେଁ, ଯଦି ଆପଣ କାଙ୍କଡ଼କୁ ନିଜ ନିୟମିତ ଖାଦ୍ୟରେ ସାମିଲ୍ କରିବେ, ତେବେ ଆପଣଙ୍କୁ ଭବିଷ୍ୟତରେ କ୍ୟାନସର୍ ରୋଗର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏଥିପାଇଁ ସପ୍ତାହକୁ ତିନିରୁ ଚାରିଥର କାଙ୍କଡ଼ ଖାଆନ୍ତୁ।

ଥଣ୍ଡା ଓ ଜ୍ୱରରୁ ରକ୍ଷା କରେ :
ଯଦି ଋତୁ ବଦଳିବା ସଙ୍ଗେ ସଙ୍ଗେ ଆପଣଙ୍କୁ ଥଣ୍ଡା ଜ୍ୱର ଲାଗି ରହୁଛି, ତେବେ କାଙ୍କଡ଼ ଆପଣଙ୍କ ପାଇଁ ଔଷଧ ଭାବରେ କାମ କରିଥାଏ। କାଙ୍କଡ଼ରେ ଆଣ୍ଟି-ଆଲର୍ଜିକ୍ ଗୁଣ ରହିଛି, ଯାହା ଥଣ୍ଡା, ଜର ଓ କାଶ ପରି ସମସ୍ୟାରୁ ମୁକ୍ତି ଦେଇଥାଏ।

ପାଚନ ତନ୍ତ୍ରକୁ ମଜଭୁତ୍ କରେ :
ପ୍ରତିଦିନ କାଙ୍କଡ଼ ଖାଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ମଜଭୁତ୍ ହୋଇଥାଏ। ଯଦି ଆପଣଙ୍କୁ କାଙ୍କଡ଼ରେ ତିଆରି ଖାଦ୍ୟ ପସନ୍ଦ ନୁହେଁ, ତେବେ ଆପଣ ଏହାର ଆଚାର ତିଆରି କରି ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ଆପଣଙ୍କର କୋଷ୍ଠକାଠିନ୍ୟ ଓ ହଜମ ନ ହେବା ସମସ୍ୟା ଶୀଘ୍ର ଭଲ ହୋଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories