www.samajalive.in
Monday, December 8, 2025
13.1 C
Bhubaneswar

ରେଳ ଷ୍ଟେସନରୁ ୪ ନାବାଳକ ଶ୍ରମିକ ଉଦ୍ଧାର, ୨ ଗିରଫ

ସମ୍ବଲପୁର : ସମ୍ବଲପୁର ରେଳ ଷ୍ଟେସନରୁ ଏକ ମାନବ ଚାଲାଣ ରାକେଟକୁ ଧରି ୪ ଜଣ ନାବାଳକ ଶ୍ରମିକଙ୍କୁ ଜିଆରପି ଓ ଆରପିଏଫ ପୁଲିସ ଉଦ୍ଧାର କରିଛନ୍ତି। ଏହି ଅଭିଯୋଗରେ ଦୁଇ ଜଣ ଦଲାଲଙ୍କୁ ମଧ୍ୟ ଗିରଫ ପୁଲିସ କରିଛି। ସୂଚନାଯୋଗ୍ୟ, ଶନିବାର ରାତିରେ ଜିଆରପି ଓ ଆରପିଏଫ ମିଳିତ ଭାବରେ ପେଟ୍ରୋଲିଂ କରୁଥିବା ସମୟରେ ଟିକେଟ କାଉଣ୍ଟର ନିକଟରେ ୪ ଜଣ ନାବାଳକଙ୍କୁ ନେଇଯାଉଥିବା ଦୁଇ ଜଣ ବ୍ୟକ୍ତି ଚିନ୍ତାମଣି ସାହୁ ଓ ରବି ନାୟକ ଙ୍କର ଗତିବିଧି ଉପରେ ପୁଲିସର ସନ୍ଦେହ ଜାତ ହୋଇଥିଲା। ସନ୍ଦେହରେ ସେମାନଙ୍କୁ ପୁଲିସ ପଚାରଉଚୁରା ପରେ ଜଣାପଡିଥିଲା ଯେ ଚିନ୍ତାମଣି ଓ ରବି ଅନୁଗୁଳ ଜିଲାର ହଣ୍ଡପା ଅଞ୍ଚଳରୁ ନାବାଳକ ମାନଙ୍କୁ ଭଲ ଚାକିରୀ ଦେବାକୁ କହି ସେମାନଙ୍କୁ ତାମିଲନାଡୁ ରାଜ୍ୟର ଏରୋଡ ସହରକୁ ମାନବ ଚାଲାଣ କରୁଥିଲେ।

ଉଦ୍ଧାର ହୋଇଥିବା ନାବାଳକମାନେ ସେମାନଙ୍କର ପରିବାରବର୍ଗର ଅଜାଣତରେ ଘରୁ ଗତକାଲି ଚାଲି ଆସିଥିବା ପୁଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି ବୋଲି ଥାନାଧିକାରୀ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଅଭିଯୁକ୍ତ ମାନେ ନାବାଳକ ମାନଙ୍କୁ ଶନିବାର ଦିନ ହଣ୍ଡପା ଅଞ୍ଚଳରୁ ସମ୍ବଲପୁରକୁ ଆଣିଥିଲେ। ସମ୍ବଲପୁର ରୁ ଧାନବାଦ – ଏଲ୍ଲେପି ରେଳ ଯୋଗେ ଚେନ୍ନାଇ ଦେଇ ସେଠାରୁ ଏରୋଡ ସହରକୁ ଯାଇଥାନ୍ତେ। ଜିଆରପି ପୁଲିସ ଏ ସଂକ୍ରାନ୍ତରେ ମାମଲା ନଂ ୧୫/୨୦୧୯ ରୁଜୁ କରି ଅଭିଯୁକ୍ତ ଚିନ୍ତାମଣି ଓ ରବିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଦ୍ଧାର ହୋଇଥିବା ନାବାଳକ ମାନଙ୍କର ପରିବାରବର୍ଗକୁ ପୁଲିସ ଖବର ଦେଇଛି ଏବଂ ସେମାନେ ସମ୍ବଲପୁର ଆସୁଛନ୍ତି। ଉଚିତ ତଦନ୍ତ ଓ ଜିମାନାମା ଦେବା ପରେ ଉଦ୍ଧାର ନାବାଳକ ମାନଙ୍କୁ ସେମାନଙ୍କର ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କର ମାନବ ଚାଲାଣକୁ ନେଇ ପୁର୍ବରୁ କୌଣସି ସଂପୃକ୍ତି ରହିଛି କି ଆଉ ଅନ୍ୟ କୌଣସି ମାମଲାରେ ସଂପୃକ୍ତି ରହିଛି ସେ ନେଇ ମଧ୍ୟ ଜିଆରପି ପୁଲିସ ତଦନ୍ତ କରୁଛି ବୋଲି ଥାନାଧିକାରୀ ରଞ୍ଜନ ପଟ୍ଟନାୟକ କହିଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories