www.samajalive.in
Wednesday, December 10, 2025
16.1 C
Bhubaneswar

ଭୁଲ ତଦନ୍ତ ପାଇଁ ନିର୍ଦୋଷ ପାଇଲା ଦଣ୍ଡ, ତ୍ରୁଟି ସ୍ବୀକାର କଲା କମିଶନରେଟ୍ ପୁଲିସ

କଟକ : କମିଶନରେଟ୍ ପୁଲିସର କର୍ତ୍ତବ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସର ଭୁଲ ତଦନ୍ତ ଯୋଗୁ ଜଣେ ନିର୍ଦୋଷଙ୍କୁ ଜେଲର କଳା କୋଠରୀ ମଧ୍ୟରେ ୧୨ ଦିନ କାଟିବାକୁ ପଡିଛି । କଟକରେ ଏକ ମାମଲାରେ ଜଣଙ୍କ ନାମରେ ୱାରେଣ୍ଟ ଥିବା ​‌ବେଳେ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଥିଲା । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ୍ ପୁଲିସ ନିଜ ଭୁଲକୁ ସ୍ବୀକାର କରିଛି ।

ସୂଚନାଯୋଗ୍ୟ, ଗତ ୧୧ତାରିଖରେ ଚନ୍ଦନ ମହାରଣା ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ସେ ନିର୍ଦୋଷ ସତ୍ତ୍ବେ ପୁଲିସ ତାଙ୍କୁ ଗିରଫ କରିଥିଲା। କାରଣ ଅଭିଯୁକ୍ତଙ୍କ ଠିକଣା ଏବଂ ବାପାଙ୍କ ନାଁ ସହ ତାଙ୍କର ନାମ ଓ ଠିକଣା ସମାନ ଥିଲା ।  ପୁଲିସ ଏଭଳି ଏକ ଖାମଖିଆଲି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପୁଲିସର କର୍ତ୍ତବ୍ୟ ଉପରେ ପ୍ରଶ୍ନ ଉଠିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories