www.samajalive.in
Sunday, December 14, 2025
26.1 C
Bhubaneswar

ଗିରଫ ହେବେ ନୀରବ ମୋଦୀ !

ନୂଆଦିଲ୍ଲୀ : ବହୁକୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ବିରୋଧରେ ଲଂଣ୍ଡନରେ ୱେଷ୍ଟମିନିଷ୍ଟର କୋର୍ଟରେ ଗିରଫ ପାଇଁ ୱାରେଣ୍ଟ ଜାରି କରିଛି । ଫଳରେ ଯେ କୌଣସି ସମୟରେ ନୀରବଙ୍କୁ ଗିରଫ ହୋଇପାରନ୍ତି । କଳାଧନ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ନୀରବଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଦାବି ହୋଇଥିଲା।

ସିବିଆଇ, ଇଣ୍ଟରପୋଲ ଏବଂ ୟୁକେ ଅଥରିଟି ସହ ସମ୍ପର୍କ କରି ପଳାତକ ନୀରବ ମୋଦୀ ବିରୋଧରେ ଇଡି ରେଡ କର୍ଣ୍ଣର ନୋଟିସ ଜାରି କରି ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା ।  ଏହି ସବୁ ତଦନ୍ତକାରୀ ସଂସ୍ଥାଗୁଡିକ ଦୀର୍ଘ ସମୟ ଧରି ନୀରବ ମୋଦୀକୁ ବ୍ରିଟେନରୁ ପ୍ରତ୍ୟାର୍ପଣ କରିବା ପାଇଁ ଉଦ୍ୟମ ଜାରି ରିଖିଥିଲେ ।

- Advertisement -

ପଳାତକ ନୀରବ ମୋଦୀ ଏବେ ବ୍ରିଟେନରେ ବିଳାଶମୟ ଜୀବନ ଯାପନ କରୁଛନ୍ତି। ଇଂଲଣ୍ଡର ଯେଉଁ ଆପାର୍ଟମେଣ୍ଟରେ ନୀବର ରହୁଛନ୍ତି ତା’ର ମୂଲ୍ୟ ୭୩ କୋଟି ଟଙ୍କା । ଇଂଲଣ୍ଡର ଏକ ଖବରକାଗଜ ସୂଚନା ଅନୁସାରେ ନୀରବ ମୋଦୀ ନିଜ ଘର ନିକଟରେ ନୂଆ ହୀରା ବ୍ୟବସାୟ ଆରମ୍ଭ କରିଛନ୍ତି । ୨୦୧୮ ମେ’ ମାସରେରେ ସେ ଏହି ନୂଆ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ଘଣ୍ଟା ଏବଂ ଅଳଙ୍କାର ବ୍ୟବସାୟ କରିବା  ପାଇଁ ପଞ୍ଜିକୃତ ହୋଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories