www.samajalive.in
Thursday, December 11, 2025
23.1 C
Bhubaneswar

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ; ଜଣେ ଯବାନ ସହିଦ ଓ ୬ ଆହତ

ଜମ୍ମୁ: ଜମ୍ମୁ ଓ କଶ୍ମୀରର ଜ୍ୟୋଡିୟା ଏଲଓସିରେ ପଲାମ୍ବାଲା ସେକ୍ଟରର କେରୀ, ବଟଲ ଏବଂ ନଥୁ ଟିବ୍ବାରେ ଗତ ରବିବାର ଠାରୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି । ସୋମବାର ସକାଳ ପ୍ରାୟ ସାଡେ ୫ଟା ରୁ ପ୍ରାୟ ସାଢେ ୭ଟା ପର୍ଯ୍ୟନ୍ତ ରଜୌରି ଜିଲା ସୁନ୍ଦରବନି ସେକ୍ଟର୍ ଏଲଓସିରେ ଗୋଳା ବାରୁଦ ବର୍ଷଣ କରିଥିଲା । ପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଏଥିରେ ଭାରତର ଜଣେ ଯବାଦ ସହିଦ୍ ହୋଇଥିବା ବେଳେ ୬ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଏୟାରଲିପ୍ଟ ଜରିଆରେ ଉଦମପୁର ହସ୍ପିଟାଲ ପଠାଯାଇଛି । ସହିଦ ଯବାନ କରମଜିତ ସିଂହ ବୋଲି ପରିଚୟ ମିଳିଛି ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ସାଢେ ୭ଟାରେ ପାକିସ୍ତାନ ସେନା ପକ୍ଷରୁ ଗୁଳି ବର୍ଷଣ ହୋଇଥିଲା । ଏଥିରେ ବଲଡୋ ଗ୍ରାମର ରମେଶ ଲାଲ ଆହତ ହୋଇଥିଲେ । ରାତି ୧୦ଟା ପର୍ୟ୍ୟନ୍ତ ଗୁଳି ବର୍ଷଣ ଜାରି ରହିଥିଲା ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories