www.samajalive.in
Tuesday, December 9, 2025
15.1 C
Bhubaneswar

ନୂଆ ରୂପରେ ବିଗ୍‍ ବି

ମୁମ୍ବଇ : ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଧଳା ରଙ୍ଗର ଲମ୍ବା ଦାଢି ଓ କେଶ, ଏଥିସହିତ ମଥାରେ ଲମ୍ବା ତିଳକ। ବିଗ୍‍ ବିଙ୍କ ଏହି ରୂପ ତାଙ୍କ ଆଗାମୀ ତେଲୁଗୁ ଐତିହାସିକ ଚଳଚ୍ଚିତ୍ର ‘ସାୟରା ନରସିହ୍ମା ରେଡ୍ଡୀ’ର। ଅଭିନେତା କିଚ୍ଚା ସୁଦୀପ ଚଳଚ୍ଚିତ୍ର ସେଟ୍‍ରେ ଅମିତାଭଙ୍କ ସହ ଉଠାଇଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର୍‍ କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି, “ଦୀର୍ଘ ୧୦ ବର୍ଷ ପରେ ପୁଣି ମୋତେ ଏହି ମହାନ ବ୍ୟକ୍ତିତ୍ୱ ତଥା ପ୍ରସିଦ୍ଧ ଅଭିନେତାଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିଛି। ଯାହାଙ୍କ ଜୀବନର ଅଧିକାଂଶ ସମୟ ସିନେମା ଓ ଆମ ମନୋରଞ୍ଜନ କରିବାରେ ବିତିଯାଏ। ଏହି ସୁନ୍ଦର ସମୟକୁ ମୋତେ ଉପହାର ଦେଇଥିବାରୁ ସାୟରା ନରସିହ୍ମା ରେଡ୍ଡୀ, ରାମ ଚରଣ ଓ ନିର୍ଦ୍ଦେଶକ ସୁରେନ୍ଦର୍‍ଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଏଥିସହିତ ବଚ୍ଚନ ସାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି”।

ଚଳଚ୍ଚିତ୍ରରେ ଅମିତାଭ ତାଙ୍କ କ୍ୟାରିୟରର ସବୁଠାରୁ ଭିନ୍ନ ରୂପରେ ନଜର ଆସିବେ। ଚଳଚ୍ଚିତ୍ରରେ ତାଙ୍କର ଭୂମିକା ସଂକ୍ଷିପ୍ତ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବିଗ୍‍ ବିଙ୍କ ଏହି ରୂପକୁ ନେଇ ସାମାଜିକ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ର ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟଲମ ଭାଷାରେ ମୁକ୍ତିଲାଭ କରିବ। ସୁରେନ୍ଦର୍‍ ରେଡ୍ଡୀ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ରାମଚରଣ ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି।

- Advertisement -
image courtesy-Tupaki.com

‘ସାୟରା ନରସିହ୍ମା ରେଡ୍ଡୀ’ର ପୋଷ୍ଟର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏଥିରେ ତେଲୁଗୁ ଅଭିନେତା ଚିରଞ୍ଜୀବୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାବ୍ୟତୀତ ନୟନତାରା, ତମନ୍ନା ଭାଟିୟା, ବିଜୟ ସେତୁପତି, ଜଗପତି ବାବୁ ଓ କିଚ୍ଚା ସୁଦୀପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories