www.samajalive.in
Thursday, December 11, 2025
23.1 C
Bhubaneswar

ଗଙ୍ଗା ଯାତ୍ରା କରି ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କଲେ ପ୍ରିୟଙ୍କା

ଲକ୍ଷ୍ନୌ: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଉତ୍ତର ପ୍ରଦେଶ ଦାୟିତ୍ଵରେ ଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା ସୋମବାରଠାରୁ ଗଙ୍ଗା ଯାତ୍ରା କରି ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଏକ ବୋଟରେ ପ୍ରୟାଗରାଜର ଛତନାଗଠାରୁ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ୧୪୦ କି.ମି. ଗଙ୍ଗା ଯାତ୍ରା କରିବେ।

ଏହି ୩ଦିନିଆ ଯାତ୍ରା ପାଇଁ ପ୍ରିୟଙ୍କା ଛତନାଗଠାରେ ସୋମବାର ପହଞ୍ଚିଥିଲେ। ଏହା ପୂର୍ବରୁ ସେ ସଙ୍ଗମଠାରେ ପ୍ରାର୍ଥନା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପ୍ରୟାଗରାଜଠାରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପ୍ରିୟଙ୍କା ମନୈୟା ଘାଟରୁ ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ପୂର୍ବତନ ବିଜେପି ଏମପି ସାବିତ୍ରୀ ଫୁଲେବାଇ ମନୈୟା ଘାଟରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହ ଯାତ୍ରା କରିଥିଲେ। ପ୍ରିୟଙ୍କା ସହ ଦଳର କେତେଜଣ ବରିଷ୍ଠ ନେତା ଏବଂ କର୍ମୀ ମଦ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି। ଯାତ୍ରା ପୂର୍ବରୁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଏବଂ ନେତା ଉପସ୍ଥିତ ଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories