www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତର ଲିଡିଆନ୍‌ ‘ଦି ୱାର୍ଲଡସ ବେଷ୍ଟ’

ଆମେରିକୀୟ ରିଅଲିଟି ଶୋ’ରେ ଭାରତୀୟ ବାଳକଙ୍କ ଚମତ୍କାରିତା। ଚେନ୍ନଇର ବାଳକ ୧୩ବର୍ଷୀୟ ଲିଡିଆନ୍‍ ନାଦସ୍ୱରମ୍‍ ଆମେରିକାର ରିଅଲିଟି ଶୋ’ ‘ଦି ୱାର୍ଲଡସ ବେଷ୍ଟ’ର ଟାଇଟଲ ବିଜୟୀ ହୋଇଛନ୍ତି। ଦକ୍ଷିଣ କୋରିଆର କୁକ୍କିବୋନ୍‍ ଓରଫ ଦି ଫ୍ଲାଇଙ୍ଗ ତାଇକୋଣ୍ଡୋ ମାଷ୍ଟର୍ସଙ୍କୁ ପରାଜିତ କରି ଏହି ଟାଇଟଲ ଏବଂ ନଗଦ ୧ମିଲିଅନ୍‍ ଆମେରିକୀୟ ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି ଲିଡିଆନ୍‍। ସେ ଏ.ଆର୍‍. ରହମାନଙ୍କ ସଙ୍ଗୀତ ବିଦ୍ୟାଳୟ କେ.ଏମ୍‍ ସଙ୍ଗୀତ କଞ୍ଜରଭେଟୋରୀରେ ଶିକ୍ଷା ଗ୍ରହଣ କରୁଛନ୍ତି। ଚୂଡାନ୍ତ ପର୍ଯ୍ୟାୟରେ ଲିଡିଆନ୍‍ ଏକ ସମୟରେ ଦୁଇଟି ପିଆନୋ ମେଡଲ୍‍ରେ ସଙ୍ଗୀତ ପରିବେଷଣ କରି ବିଚାରକଙ୍କ ସହ ଦର୍ଶକମାନଙ୍କ ହୃଦୟ ଜିତିପାରିଥିଲେ। ଫେଥ୍‍ ହିଲ୍‍, ରୁଆଉଲ୍‍ ଚାର୍ଲସ ଏବଂ ଡ୍ର୍ୟୁ ବେରିମୋର୍‍ଙ୍କ ସମେତ ବିଶ୍ୱର ୫୦ଜଣ ବିଚାରକ ଲିଡିଆନଙ୍କୁ ବିଜେତା ଘୋଷଣା କରିଥିଲେ। ଏହି ଶୋ’ର ପରିଚାଳନା କରୁଥିଲେ ଜେମ୍‍ସ କର୍ଡନ୍‍। ଲିଡିଅନ୍‍ଙ୍କ ପ୍ରଦର୍ଶନ ଏତେ ଉଚ୍ଚକୋଟିର ଥିଲା ଯେ ଶୋ’ର ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ରହିଥିଲେ ସେ। ତାଙ୍କୁ ଏହି ପୁରସ୍କାର ମିଳିବା ବେଳେ ତାଙ୍କ ପିତା ତାଙ୍କ ସହିତ ରହିଥିଲେ। ଶିଷ୍ୟର ଏହି ସଫଳତାରେ ଶୁଭେଚ୍ଛା ଜଣାଇବା ଲାଗି ତାଙ୍କ ଘରକୁ ଯାଇଥିଲେ ରହମାନ୍‍। ଦୁହେଁ ମଧ୍ୟ ସୋସିଆଲ ମିଡିଆରେ ଲାଇଭ୍‍ ସେସନ୍‍ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories