www.samajalive.in
Wednesday, December 10, 2025
14.1 C
Bhubaneswar

ଆରବସାଗରରେ ମୁତୟନ ହେଲା ଭାରତୀୟ ନୌସେନାର ବିମାନବାହୀ ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ

ନୂଆଦିଲ୍ଲୀ ..-  ପୁଲଓ୍ୱମା ଆକ୍ରମଣ ପରେ ଭାରତ  ପାକିସ୍ତାନ ମଧ୍ୟରେ  ଉତ୍ତେଜନା ବୃଦ୍ଧି ପାଇଥିଲା । ଏବେ ବି ଏହା ଥିମି ନାହିଁ । ସୀମାରେ ପାକିସ୍ତାନ ପକ୍ଷରୁ ଅନେକଥର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି ।  ଏବେ ଆରବ ସାଗରରେ ଭାରତୀୟ ନୌସେନାର ବିମାନବାହୀ ଯୁଦ୍ଧ ପୋତ ଆଇଏନ୍‌ଏସ୍‌  ବିକ୍ରମାଦିତ୍ୟକୁ ମୁତୟନ କରାଯାଇଛି।

ଉତ୍ତର ଆରବ ସାଗରରେ ଏହି ବିମାନବାହୀ ଯୁଦ୍ଧପୋତକୁ ମୁତୟନ କରାଯାଇଛି । ଏହାଦ୍ୱାରା ପାକିସ୍ତାନ ନୌସେନା ଆରବସାଗରରେ କରୁଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇ ପାରିବ । ପୁଲଓ୍ୱମା ଆକ୍ରମଣ ପରେ ସମୁଦ୍ର ରାସ୍ତାରେ ଆତଙ୍କବାଦୀ ଆସି ଆକ୍ରମଣ କରିବାର ଯୋଜନା କରୁଥିବା ସୂଚନା ମିଳିଥିଲା । ଏବେ ଏହାକୁ ରୋକାଯାଇ ପାରିବ ।

- Advertisement -

ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ଅଲଗା ଅଲଗା ପ୍ରକାରରେ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ମିଳିଛି । ପୂର୍ବରୁ ଆରବ ସାଗରର ସାମୁଦ୍ରିକ ରାସ୍ତାରେ ଆସି ଆତଙ୍କବାଦୀମାନେ ମୁମ୍ବାଇରେ ଆକ୍ରମଣ କରିଥିଲେ । ଏଥିପାଇଁ ଆରବ ସାଗରରରେ ନୌସେନା ଅଧିକ ସଜାଗ ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories