www.samajalive.in
Thursday, December 11, 2025
15.1 C
Bhubaneswar

ମଝି ଆକାଶରେ ଦୁର୍ଘଟଣାରୁ ବର୍ତ୍ତିଲେ ୨ ଅନ୍ତଃରାଷ୍ଟ୍ରୀୟ ବିମାନ

ମୁମ୍ବଇ : ଶୁକ୍ରବାର ଅପରାହ୍ନରେ ମୁମ୍ବଇ ଆକାଶମାର୍ଗରେ ଦୁଇଟି ଅନ୍ତରାଷ୍ଟ୍ରୀୟ ବିମାନ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁଇଟି ବିମାନ ପରସ୍ପର ସମ୍ନାସାମ୍ନି ହୋଇ ଯାଇଥିଲେ ମଧ୍ୟ ମାତ୍ର ଅଳ୍ପ କିଛି ସେକେଣ୍ଡର ବ୍ୟବଧାନରେ ଦୁର୍ଘଟଣାକୁ ଟାଳି ଦିଆଯାଇଥିଲା। କୋଲିଜନ ଆଭଏଡାନ୍ସ ସିଷ୍ଟମ ଜରିଆରେ ଏହି ଦୁଇ ବିମାନକୁ ପଛକୁ ହଟେଇ ଦିଆଯାଇଥିଲା ।

ଏଭଳି ପରିସ୍ଥିତି ପାଇଁ ମୁମ୍ବଇ ଏୟାରଲାଇନ୍ସ ପକିସ୍ତାନକୁ ଦାୟୀ କରିଛି । କାରଣ ଫେବୃଆରୀ ୨୭ରୁ ପାକିସ୍ତାନ ନିଜର ସମସ୍ତ ଆକାଶ ମାର୍ଗକୁ ବନ୍ଦ କରି ରଖିଛି । ଏହି କାରଣରୁ ମୁମ୍ବାଇ ଆକାଶ ମାର୍ଗରେ ଏବେ ବିମାନ ଯାତ୍ରା ବଢିଯାଇଛି । ସେଥିପାଇଁ ଏହି ଦୁଇଟି ବିମାନ ଗୋଟିଏ ମାର୍ଗରେ ଯାତ୍ରା କରୁଥିଲେ । ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ଏୟାର ଟ୍ରାଫିକ କଂଟ୍ରୋଲରଙ୍କୁ ନିଯୁକ୍ତ କରାଯାଇଛି ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ୧ଟା ୪୦ରେ ଚି ମିନ୍‌ ସହରରୁ ପ୍ୟାରିସ ଯାଉଥିବା ଏୟାର ଫ୍ରାନ୍ସର ବୋଇଙ୍ଗ-୭୭୭ ବିମାନ ୩୨ ହଜାର ଫୁଟ ଉଚ୍ଚରେ ଥିଲା । ଅନ୍ୟପଟେ ଅବୁଧାବି ଠାରୁ କାଠମାଣ୍ଡୁ ଯାଉଥିବା ଏତିହାଦ ଏୟାରବସ ୩୨୦ ବିମାନ ୩୧ ହଜାର ଫୁଟ ଉଚ୍ଚରେ ଥିଲା । ଏହି ସମୟରେ ଏୟାର ଟ୍ରାଫିକ ନିୟନ୍ତ୍ରକ(ଏଟିସି) ଏତିହାଦ ବିମାନକୁ ୩୩ହଜାର ଫୁଟ ଉଚ୍ଚକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଯାହା ଫଳରେ ଏତିହାଦ ବିମାନ ବୀପରିତ ଦିଗରେ ଆସୁଥିବା ଏୟାର ଫ୍ରାନ୍ସ ବିମାନର ସାମ୍ନାସାମ୍ନି ହୋଇଥିଲା । ଉଭୟ ବିମାନ ପରସ୍ପର ଠାରୁ ମାତ୍ର କିଛି ସେକେଣ୍ଡର ଦୂରରେ ଥିଲେ । ଏହି ସମୟରେ ଉଭୟ ବିମାନରେ କୋଲିଜନ ଆଭଏଡାନ୍ସ ସିଷ୍ଟମ ଚାଲୁ ହୋଇଥିଲା। ଫଳରେ ବଡ଼ ଦୁର୍ଘଟଣାରୁ ଉଭୟ ବିମାନ ବର୍ତ୍ତି ଯାଇଥିଲା।

ଏଟିସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଘଟଣାର ତଦନ୍ତ ଜାରି ରହିଛି । ଏହି ମାମଲାରେ ଜଣେ ଏଟିସି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ପାକିସ୍ତାନ ନିଜର ଆକାଶ ମାର୍ଗ ବନ୍ଦ ରଖିବା କାରଣରୁ ମୁମ୍ବଇ ଆକାଶମାର୍ଗରେ ଟ୍ରାଫିକ ସମସ୍ୟା ବଢିଯାଇଛି । ସୋମବାର ପାକିସ୍ତାନ ନିଜ ଆକାଶମାର୍ଗ ଖୋଲିବ ବୋଲି ସୂଚନା ଦେଇଥିଲା । କିନ୍ତୁ ଏହା କେତେ ଦୂର ସତ ତାହା କାହାକୁ ଜଣାନାହିଁ ବୋଲି ଏଟିସିର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories