ନୂଆଦିଲ୍ଲୀ: ଇଞ୍ଜିନିୟରିଂ ସମେତ ଆର୍କିଟେକ୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏପ୍ରିଲ୍ ମାସରେ ସର୍ବଭାରତୀୟସ୍ତରରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ସମୟ ସୀମାକୁ ହ୍ରାସ କରାଯାଇଛି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏପ୍ରିଲ୍ ୭ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଏପ୍ରିଲ୍ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୦ରୁ ୱେବ୍ସାଇଟରେ ଆଡ୍ମିଟ୍ କାର୍ଡ ମିଳିବ। ପରୀକ୍ଷାର୍ଥୀ ‘www.jeemain.nic.in’ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ।
ଜେଇଇ ମେନ ପରୀକ୍ଷା ସମୟ ପରିବର୍ତ୍ତନ
Popular Categories



