www.samajalive.in
Saturday, December 13, 2025
15.1 C
Bhubaneswar

ଜଗନମୋହନ ରେଡ୍ଡୀଙ୍କ ଦାଦାଙ୍କ ସନ୍ଦେହଜନକ ମୃତ୍ୟୁ

ବିଜୟୱାଡା : ୟୁବଜନ ଶଅମିକ ରିତୁ କଂଗ୍ରେସ (ୱାଇଏସ୍‌ଆରସି) ଅଧ୍ୟକ୍ଷ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଦାଦା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ୱାଇଏସ୍‌ ବିବେକାନନ୍ଦ ରେଡ୍ଡୀଙ୍କର ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲାସ୍ଥିତ ତାଙ୍କ ବାସଭବନରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି; କିନ୍ତୁ ୬୮ ବର୍ଷ ବୟସ୍କ ବିବେକାନନ୍ଦଙ୍କ ମୁଣ୍ଡ ଏବଂ କପାଳ ସମତେ ଶରୀରର ପ୍ରାୟ ୭ଟି ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବ୍ୟକ୍ତ କରାଯାଉଛି। ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହେଉଛି। ବିବେକାନନ୍ଦଙ୍କ ବ୍ୟକ୍ତିଗତ ସହଯୋଗୀ କୃଷ୍ଣ ରେଡ୍ଡୀଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅନ୍ୟପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର ତଦନ୍ତ ଲାଗି ଏସ୍‌ଆଇଟି ଗଠନ ନିର୍ଦେଶ ଦେଇଛନ୍ତି।
ଜଗନଙ୍କ ପିତା ୱାଇ ଏସ୍‌ ରାଜଶେଖର ରେଡ୍ଡୀଙ୍କ ସାନ ଭାଇ ବିବେକାନନ୍ଦ। ସେ ଦୁଇ ଥର ଲୋକସଭା ସାଂସଦ ଥିଲେ। ଏଥିସହ ପୁଲିବେନ୍ଦୁଲାରୁ ସେ ଦୁଇ ଥର କଂଗ୍ରେସ ଟିକଟରେ ବିଧାୟକ ନିର୍ବାଚିତ ହୋଇଥିଲେ। ତାଙ୍କ ପତ୍ନୀ ୱାଇଏସ୍‌ ସୌଭାଗ୍ୟ, ତାଙ୍କ ଝିଅ ସୁନୀତା ଓ ଜ୍ବାଇଁଙ୍କ ସହିତ ଆମେରିକାରେ ରହନ୍ତି। ସୁନୀତା ଆମେରିକାରେ ଡାକ୍ତରୀ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି। ପୁଲିବେନ୍ଧୁଲାସ୍ଥିତ ନିଜ ବାସଭବରେ ବିବେକାନନ୍ଦ ଏକାକୀ ରହୁଥିଲେ। ମୃତ୍ୟୁର କିଛି ସମୟ ପୂର୍ବରୁ ମିଦୁକୁରୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଏସ୍‌ ରଘୁରାମୀ ରେଡ୍ଡୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଶେଷ କରି ସେ ଫେରିଥିଲେ। ଜଣେ ଘରୋଇ ସହାୟକ ଗାଧୁଆ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। କିଛି ଦିନ ପୂର୍ବେ ବିବେକାନନ୍ଦଙ୍କର ହୃତପିଣ୍ଡ ଅ​‌େ​‌ସ୍ତ୍ରାପଚାର କରାଯାଇଥିଲା। ତାଙ୍କ ପତ୍ନୀ ଓ ଝିଅ ପୁଲିବେନ୍ଦୁଲାଠାରେ ପହଞ୍ଚିବା ପରେ ଖ୍ରୀଷ୍ଟିଆନ ରୀତିରେ ତାଙ୍କ ଅ​‌େ​‌ନ୍ତ୍ୟଷ୍ଟି ସମ୍ପନ୍ନ ହେବ। ତାଙ୍କ ମୃତ୍ୟୁ ଖବର ପାଇ ଜଗନ ସପରିବାର ସେଠାରେ ପହଞ୍ଛିଛନ୍ତି। ଶନିବାର ଦଳର ପ୍ରାର୍ଥୀ ତାଲିକା ଘୋଷଣା କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ବାତିଲ କରାଯିବ କି ନାହିଁ ସେ ସମ୍ବନ୍ଧରେ ନିଷ୍ପତ୍ତି ହୋଇ ନ ଥିବା ଦଳ ପକ୍ଷରୁ କୁହାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories