www.samajalive.in
Monday, December 8, 2025
24.1 C
Bhubaneswar

ରାଜସ୍ଥାନ ସୀମାରେ ପୁଣି ଉଡିଲା ସନ୍ଦିଗ୍ଧ ଡ୍ରୋନ

ନୂଆଦିଲ୍ଲୀ : ମଙ୍ଗଳବାର ପୁଣି ଥରେ ରାଜସ୍ଥାନର ସୀମାନ୍ତ ଶ୍ରୀଗଙ୍ଗାନଗର ସେକ୍ଟରରେ ଏକ ସନ୍ଦିଗ୍ଧ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ଡ୍ରୋନଟି ଉଡୁଥିବା ବେଳେ ଗୁଳିବିନିମୟର ଶବ୍ଦ ଶୁଣିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଥିବା ଜଣାପଡିଛି । ପୁଲିସ ସୂଚନା ଅନୁଯାୟୀ, ଶ୍ରୀଗଙ୍ଗାନଗର ଜିଲ୍ଲାର ହିନ୍ଦୁମଲକୋଟ ଥାନା କ୍ଷେତ୍ରରେ ଗଙ୍ଗ କୈନାଲର ବାଇଫିରକେଶନ ମୁଖ୍ୟାଳୟ ନିକଟରେ ସକାଳ ୬ଟାରେ ଧମାକା ଏବଂ ଗୁଳିବିନିମୟର ଶବ୍ଦ ଶୁଣାଯାଇଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଶନିବାର ରାଜସ୍ଥାନ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତାହାକୁ ଗୁଳି ମାରି ଖସାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଡ୍ରୋନଟି ଖସି ପଳାଇବାରେ ସଫଳ ହୋଇଥିଲା । ଏହା ସହ ଦୁଇ ଦିନ ପୂର୍ବରୁ ସୀମାରେ ମଧ୍ୟ ଗୁଳି ବିନିମୟ ଶବ୍ଦ ଏବଂ ଧମାକା ହେବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ସନ୍ଦିଗ୍ଧ ଡ୍ରୋନକୁ ମାରି ଖସାଇ ଦିଆଯାଇଥିଲା । ଏପର୍ଯ୍ୟନ୍ତ ଶ୍ରୀଗଙ୍ଗାନଗର ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ ୫ଟି ଡ୍ରୋନକୁ ମାରି ନଷ୍ଟ କରାଯାଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories