www.samajalive.in
Monday, December 8, 2025
24.1 C
Bhubaneswar

ରବିବାର ହୋଇପାରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ; ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ୨୦୧୯ ସଧାରଣ ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଆଜି ସନ୍ଧ୍ୟା ୫ଟାରେ ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋଡାଙ୍କ ସମେତ ଅନ୍ୟ ନିର୍ବାଚନ ଆୟୁକ୍ତ ମଧ୍ୟ ଉପସ୍ଥିତ ରହିବେ ।  ଓଡିଶା, ଆନ୍ଧ୍ରପ୍ରଦେଶ, ସିକିମ, ଅରୁଣାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇପାରେ । ୭ରୁ ୯ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଏପ୍ରିଲ୍‌ ୧୦ ରୁ ଆରମ୍ଭ ହୋଇ ମେ ମାସ ମଧ୍ୟରେ ଭୋଟ୍‌ ଗ୍ରହଣ ଶେଷ ହେବ ବୋଲି ଆଶା କରାଯାଉଛି । ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ ମାସରେ ଶେଷ ହେଉଛି ।

ସୂଚନାଯୋଗ୍ୟ, ୨୦୦୪ରେ ୨୯ ଫେବୃଆରୀ, ୨୦୦୯ରେ ମାର୍ଚ୍ଚ ୨, ୨୦୧୪ରେ ମାର୍ଚ୍ଚ ୫ ତାରିଖରେ ଅଧିସୂଚନା ଜାରି ହୋଇଥିଲା । କିନ୍ତୁ ଚଳିତ ବର୍ଷ ନିର୍ବାଚନ ତାରିଖ ଘୋଷଣା ହେବାରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି । ୨୦୦୪ରେ ଜୁନ ୧ରେ, ୨୦୦୯ ମାର୍ଚ୍ଚ ୩୦ରେ ଏବଂ ୨୦୧୪ ଜୁନ ୩ ରେ ଲୋକସଭାର କାର୍ଯ୍ୟକାଳ ଶେଷ ହୋଇଥିଲା । ୨୦୦୪ ନିର୍ବାଚନରେ ଏପ୍ରିଲ ୨ ରୁ ମେ ୧୦ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ, ୨୦୦୯ରେ ଏପ୍ରିଲ ୧୬ ରୁ ମେ ୧୩ ମଧ୍ୟରେ ୫ଟି ପର୍ଯ୍ୟାୟରେ ଏବଂ ୨୦୧୪ରେ ଏପ୍ରିଲ ୭ରୁ ମେ ୧୨ ମଧ୍ୟରେ ୯ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories