ଏଭଳି ସଫା କରନ୍ତୁ ମେକଅପ୍ ବ୍ରଶ୍, ତ୍ବଚାରେ ହେବ ନାହିଁ ସଂକ୍ରମଣ

0

ଆଜିର ସମୟରେ ଉଭୟ ଗୃହିଣୀ ଓ କର୍ମଜୀବୀ ମହିଳା, ସମସ୍ତେ ମେକଅପ୍ ନେବାକୁ ପସନ୍ଦ କରୁଛନ୍ତି। ବଜାର ଗଲେ କିମ୍ବା କୌଣସି ଉତ୍ସବକୁ ଗଲେ, ଆବଶ୍ୟକତା ଅନୁସାରେ ସମସ୍ତେ ମେକଅପ୍ ନେଉଥିବାର ଦେଖାଯାଉଛି। ମେକଅପ୍ ନେଲେ, ସମସ୍ତଙ୍କ ନିକଟରେ ମେକଅପ୍ ବ୍ରଶ୍ ରହିବା ସାଧାରଣ କଥା।

ତେବେ ନିୟମିତ ବ୍ୟବହାରରେ ଏଥିରେ ମେକଅପ୍ ଓ ତ୍ବଚାର ଧୂଳିମଳି ମଧ୍ୟ ଲାଗିଥାଏ। ଏଣୁ ଏହି କାରଣରୁ ତ୍ବଚାରେ ସଂକ୍ରମଣ ହେବା ପୂର୍ବରୁ ମେକଅପ୍ ବ୍ରଶକୁ ଭଲଭାବେ ପରିଷ୍କାର କରାଇନେବା ଆବଶ୍ୟକ। ମେକଅପ୍ ବ୍ରସ ସଫା କରିବାର ସହଜ ଉପାୟ ।

– ପ୍ରଥମେ ଏକ ପାତ୍ରରେ ନଖଉଷୁମ ପାଣିନେଇ ସେଥିରେ ମେକଅପ୍ ବ୍ରଶକୁ ବୁଡ଼ାଇ ୫ ରୁ ୭ ମିନିଟ୍ ରଖନ୍ତୁ।

– ବେବି ଶ୍ୟାମ୍ପୁ କିମ୍ବା ହେୟାର ଶ୍ୟାମ୍ପୁରୁ ୨-୩ବୁନ୍ଦା ସେହି ପାତ୍ରରେ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ।

– ଏବେ ବ୍ରଶଗୁଡ଼ିକୁ ଭଲଭାବେ ସଫା କରିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ପରେ ବ୍ରଶକୁ ସଫା କପଡ଼ା ଉପରେ ରଖି ଫ୍ୟାନ୍ ଚଲାଇ କୌଣସି ଏକ ସ୍ଥାନରେ ଶୁଖାଇନେବେ।

– ମାସକୁ ଥରେ ଏହିଭଳି ଭାବେ ମେକଅପ୍ ବ୍ରଶ୍ ସଫା କରିନେବା ଭଲ।

Leave A Reply