www.samajalive.in
Saturday, December 13, 2025
15.1 C
Bhubaneswar

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର – ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ ଗାଈ କଟା ନେଇ ଉତ୍ତେଜନା ଦେଖା ଦେବା ସହ ପୁଲିସ ଘଟଣାସ୍ଥଳରେ ରେ ପହଞ୍ଚି ମାଂସ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ଏହି ଥାନା ଅଧିନସ୍ଥ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ ଶୁକ୍ରବାର ଭୋର ସମୟ ଚାରି ରୁ ପାଞ୍ଚ ଜଣ ବ୍ୟକ୍ତି ଦୁଇଟି ଗାଈ କୁ ମାରି ମାଂସ କାଟୁ ଥିଲେ l ଖବର ପାଇ ପଞ୍ଚମା ଗ୍ରାମର ବିଜେପି କର୍ମୀ ଓ ଆଖ ପାଖ ଅଞ୍ଚଳ ର କିଛି ଯୁବକ ମାନେ ସେଠାରେ ପହଞ୍ଚିଥିଲେ l

ଯୁବକ ମାନଙ୍କୁ ଦେଖି ଚାରି ଜଣ କଟାଳି ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲେ lକିନ୍ତୁ ଜଣେ ବ୍ୟକ୍ତିକୁ ଯୁବକ ମାନେ କାବୁ କରି ପଚାର ଉଚରା କରିଥିଲେ l ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଆରଏସଏସ ବଜରଙ୍ଗଦଳ,ଓ ଗୋ ରକ୍ଷକ ମାନେ ପହଞ୍ଚିଥିଲେ । ଯାହାଫଳରେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କର୍ମୀ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ଜଣେ ବ୍ୟକ୍ତି କୁ କର୍ମୀ ଙ୍କ କବଳରୁ ଉଦ୍ଧାର କରି ପୋଲିସ ଥାନା କୁ ଆଣି ଅଟକ ରଖି ପଚାର ଉଚରା କରୁଥିବା ସୂଚନା ମିଳିଛି l

- Advertisement -

ତଦନ୍ତ ବେଳେ ଅଞ୍ଚଳର କିଛି ବ୍ୟକ୍ତି ମାଂସ ଖାଇବା ସହ ବଳକା ମାଂସ କୁ ବିକ୍ରି କରିବା ପାଇଁ ସ୍ଥିର କରିଥିଲେ ବୋଲି ଜଣା ପଡ଼ିଥିବା ପୁଲିସ ସୂଚନା ଦେଇଛି।l କଟା ମାଂସ କୁ ନିକଟସ୍ଥ ଜଙ୍ଗଲ ରେ ପୋଲିସ ପୋତି ଦେଇଥିବା ଜଣପଡିଛି l ଘଟଣା ନେଇ ଥାନାରେ ୫୬୭/୨୫ ରେ ପୋଲିସ ୫ ଜଣ ଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଟକ ରହିଥିବା ବ୍ୟକ୍ତି କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories