ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ସ୍ଥାନୀୟ ଅଦାଲତ ୧୪ ଦିନିଆ (ଡିସେମ୍ବର ୧୬-୨୯) ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭଉଣୀ ବାହାଘର ପାଇଁ ଉମର ଏଭଳି ଜାମିନ ପାଇଁ ଆବେଦନ କରିଥିଲେ। କୋଡିଏ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ୍ ଏବଂ ଦୁଇଜଣ ସ୍ୟୁରିଟି ଯୋଗାଡ କରିବାପରେ ତାଙ୍କୁ ଜାମିନ ମିଳିଥିବା ପ୍ରକାଶ। ତେବେ ଅଦାଲତ ଉମରଙ୍କ ପାଇଁ କେତେକ ସର୍ତ୍ତ ମଧ୍ୟ ରଖିଛନ୍ତି। ଜାମିନରେ ବାହାରକୁ ଆସିଥିବାବେଳେ ଉମର ସାମାଜିକ ଗଣମାଧ୍ୟମ ବ୍ୟବହାର କରିପାରିବେ ନାହିଁ ଏବଂ ପରିବାର, ବନ୍ଧୁମାନଙ୍କୁ ଭେଟିପାରିବେ ବୋଲି ନିର୍ଦେଶ ଦିଆଯାଇଛି। ଗତ ଜାନୁଆରୀରେ ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବାକୁ ଉମରଙ୍କୁ ସାତ ଦିନିଆ ଅନ୍ତରୀଣ ଜାମିନ ମିଳିଥିଲା। ସୂଚନାଯୋଗ୍ୟ ସିଏଏକୁ ବିରୋଧ କରି ୨୦୨୦ ଫେବୃଆରୀରେ ଦିଲ୍ଲୀର ସାହିନବାଗରେ ବିକ୍ଷୋଭ ଓ ଦଙ୍ଗା ହୋଇଥିଲା।
Popular Categories



