ସମାଜ ଲାଇଭ ଡ଼େସ୍କ : ପ୍ରବୀଣ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ୯୦ବର୍ଷ ବୟସରେ ପରଲୋକ ଘଟିଛି । ମହାରାଷ୍ଟ୍ର ଲାଟୁର ସ୍ଥିତ ତାଙ୍କ ବାସଭବନରେ ଶାରୀରିକ ଅସୁସ୍ଥତା ପରେ ପରଲୋକ ଘଟିଛି । ସେ ଲାଟୁରରୁ ସାତ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୧ ଋ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଲୋକସଭା ବାଚସ୍ପତି ଥିଲେ । ୨୦୦୪ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୬/୧୧ ମୁମ୍ବାଇ ଆତଙ୍କି ଆକ୍ରମଣ ପରେ ଇସ୍ତଫା ଦେଇଥିଲେ । ସେ ଅନେକ ବିଭାଗର ମନ୍ତ୍ରୀ ପଦ ମଧ୍ୟ ଗ୍ରହଣ କରିଥିଲେ ଏବଂ ପଞ୍ଜାବର ରାଜ୍ୟପାଳ ଭାବେ ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଦାୟିତ୍ବ ତୁଳାଇ ଥିଲେ । ଜୀବନ ର ଶେଷ ସମୟରେ ସେ ତାଙ୍କ ପୁଅ, ବୋହୂ ଏବଂ ଦୁଇ ନାତୁଣୀ ସହ ବାସ କରୁଥିଲେ ।



