www.samajalive.in
Saturday, December 13, 2025
15.1 C
Bhubaneswar

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା

ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଯାହାକୁ ନେଇ ଦେଶବାସୀ ସାଂସଦମାନଙ୍କୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା କରିଛନ୍ତି। ସୋମବାର ଆସେମ୍ବ୍ଲି ଗୃହରୁ ୧୦ଟି ୫୦୦୦ ମୂଲ୍ୟର ପାକିସ୍ତାନ ରୁପି (ପିକେଆର) ନୋଟ୍‌ ମିଳିଥିଲା। ଅର୍ଥାତ୍ ୫୦,୦୦୦ ପିକେଆର। କୌଣସି ସାଂସଦ ଏହାକୁ ଭୁଲ୍‌ବଶତଃ ଗୃହରେ ଛାଡି ଚାଲିଯାଇଥିଲେ। ବାଚସ୍ପତି ଆୟାଜ୍ ସିଦ୍ଦିକ ଟଙ୍କାକୁ ପାଇବା ପରେ ଏହାକୁ ଫେରାଇବା ଲାଗି ଗୃହରେ ଘୋଷଣା କରିଥିଲେ। ଟଙ୍କାକୁ ​‌ଗୃହରେ ଦେଖାଇ ବାଚସ୍ପତି କହିଥିଲେ କାହାର ଏହି ଟଙ୍କା ଦୟାକରି ହାତ ଟେକନ୍ତୁ। ବାଚସ୍ପତି ଏପରି ପଚାରିବା ମାତ୍ରେ ୧୨ ସାଂସଦ ଏକାବେଳକେ ହାତ ଟେକିଥିଲେ। ଏହା ଦେଖି ବାଚସ୍ପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ ଏହି ଟଙ୍କା ଜଣଙ୍କର ହୋଇଥିବାବେଳେ ଏତେ ଜଣ ସଦସ୍ୟ ହାତ ଟେକୁଛନ୍ତି। ହାତ ଟେକିଥିବା ସଦସ୍ୟମାନେ ଟଙ୍କା ତାଙ୍କର ବୋଲି ଦାବି କରିଥିଲେ। ବାସ୍ତବରେ ଏହି ଟଙ୍କା ପାକିସ୍ତାନ ତେହରିକ-ଇ-ଇନସାଫ୍ (ପିଟିଆଇ) ସଦସ୍ୟ ମହମ୍ମଦ ଇକବାଲଙ୍କର ଥିଲା। ଇକବାଲ ତାଙ୍କ ଟଙ୍କା ଆସେମ୍ବ୍ଲି କାର୍ଯ୍ୟାଳୟରୁ ସଂଗ୍ରହ କରିଥିଲେ। ତେବେ ଅନ୍ୟ ଜଣଙ୍କ ଟଙ୍କା ନେବାକୁ ସାଂସଦ ଗୃହରେ ପ୍ରତିଯୋଗିତା କରିବା ଘଟଣା ନିନ୍ଦନୀୟ ହୋଇଛି। ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପାକିସ୍ତାନବାସୀ ସାଂସଦମାନଙ୍କୁ ସମାଲୋଚନା କରିଛନ୍ତି। ଏପରି କି ଯେଉଁ ସାଂସଦମାନେ ହାତ ଟେକିଥିଲେ ସେମାନଙ୍କୁ ବହିଷ୍କାର କରିବାକୁ ମଧ୍ୟ କେତେକ ଦାବି କରିଛନ୍ତି। ସାଂସଦମାନେ ଦରମା ଓ ଭତ୍ତା ବାବଦକୁ ଲକ୍ଷଲକ୍ଷ ଟଙ୍କା ପାଉଥିବାବେଳେ ସେମାନଙ୍କର ମନୋଭାବ ଏପରି ରହିଥିବା ପ୍ରମାଣିତ ହୋଇଛି। ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ଜଣେ ସଦସ୍ୟ ମାସିକ ୫,୧୯,୦୦୦ ଟଙ୍କା (ପିକେଆର) ଦରମା ପାଇଥାନ୍ତି। ପାକିସ୍ତାନର ୫୦,୦୦୦ ଟଙ୍କା (ପିକେଆର) ଭାରତୀୟ ଟଙ୍କା ହିସାବରେ ଏହାର ମୂଲ୍ୟ ପ୍ରାୟ ୧୬,୫୦୦ ଟଙ୍କା। କାରଣ ପାକିସ୍ତାନର ଗୋଟିଏ ଟଙ୍କାର ମୂଲ୍ୟ ଭାରତୀୟ ଟଙ୍କାରେ ପ୍ରାୟ ୩୨ ପଇସା। ପାକିସ୍ତାନରେ ୧୦ ଟଙ୍କିଆ ଠାରୁ ଆରମ୍ଭ କରି ୨୦, ୫୦, ୧୦୦, ୫୦୦, ୧୦୦୦ ଓ ୫୦୦୦ ଟଙ୍କିଆ ନୋଟ ପ୍ରଚଳିତ ଅଛି। ୨୦୦୬ରୁ ପାକିସ୍ତାନରେ ୫୦୦୦ ଟଙ୍କା ନୋଟ୍‌ ପ୍ରଚଳିତ ହୋଇଆସୁଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories