www.samajalive.in
Thursday, December 11, 2025
16.1 C
Bhubaneswar

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ ବାପାର ମୃତ୍ୟୁ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ କୈଳାସପୁର ପଞ୍ଚାୟତର ଲାଲିବା ଗାଁରେ। ମୃତ ବ୍ୟକ୍ତି ଜଣକ ଭୀମ ଡାକ୍ରାକା(୫୭)ବୋଲି ଜଣାପଡିଛି। ଚାନ୍ଦିଲି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କୋଲନରା ବ୍ଲକ ଅନ୍ତର୍ଗତ କୌଳାସପୁର ପଞ୍ଚାୟତର ଲାଲିବା ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ରାତିରେ ଗାଁର ଭୀମ କାଡ୍ରାକାଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା ମୋବାଇଲ ଫୋନ କିଣିବାକୁ ୧୦ ହଜାର ଟଙ୍କା ମାଗିଥିଲେ। ଭୀମ ଜଣେ ଚାଷୀ ହୋଇଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ। ସେ ଟଙ୍କା ଦେଇପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିଥିଲେ।

- Advertisement -

ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଉଦୟ ବାପାକୁ ଏକ ଟଙ୍ଗିଆରେ ମୁଣ୍ଡ ସହ ଶରୀର ବିଭିନ୍ନ ସ୍ଥାନକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ପତ୍ନୀ ଚମ୍ପା କାଡ୍ରାକା ଏ ନେଇ ଚାନ୍ଦିଲି ଥାନାରେ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ବରେ ପୁଲିସ ଟିମ୍ ଓ ସାଇଣ୍ଟିଫିକ୍ ଟମ ସହାୟତାରେ ପୁଲିସ ଅନୁସନ୍ଧାନ ଚଳାଇଛି। ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି। ଏହାସହ ମାରଣାସ୍ତ୍ର ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି। ଆଜି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories