www.samajalive.in
Thursday, December 11, 2025
18.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ ବୁଲାଣି ଠାରେ ଭାରସାମ୍ୟ ହରାଇ ଏକ ମକା ବୋଝେଇ ଟ୍ରକ ଓଲଟି ପଡିଛି l ଦୁର୍ଘଟଣା ରେ ଟ୍ରକ ଟି ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି
ସୂଚନା ଅନୁସାରେ ଓଡି ୦୪ଡବ୍ଲୁ ୭୦୭୫ ନମ୍ବର ଗାଡିଟି ଉମରକୋଟ ରୁ ମକା ବୋଝେଇ କରିବା ପରେ ଭୁବନେଶ୍ୱର ଫେରୁଥିବା ସମୟରେ ଫିରିଙ୍ଗିଆ ବ୍ଲକ ନିକଟ ବର ଗଛ ବୁଲାଣି ରାସ୍ତାରେ ସନ୍ଧ୍ୟା ସମୟରେ ଭାରସାମ୍ୟ ହରାଇ ବାମ ପଟ ରାସ୍ତା କଡରେ ଓଲଟି ପଡିଥିଲା l ଡ୍ରାଇଭର ଗାଡି ଭିତରେ ଫସି ରହିଥିବା ବେଳେ ଘଟଣା ସ୍ଥଳ ରେ ଫିରିଙ୍ଗିଆ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭର କୁ ଗାଡିର କାଚ ଭାଙ୍ଗି ଉଦ୍ଧାର କରିଥିଲେ l

ଏଥିରେ ଡ୍ରାଇଭରଙ୍କ ର କୌଣସି କ୍ଷତି ହୋଇନାହିଁ l ଏହି ବରଗଛ ବୁଲାଣି ରାସ୍ତା ଏବଂ ଫିରିଙ୍ଗିଆ ବ୍ଲକ ଛକ ଅଞ୍ଚଳ ପ୍ରାୟତଃ ଜନ ଗହଳି ରହୁଥିବା ବେଳେ ଦୁର୍ଘଟଣା ସମୟରେ ଲୋକ ସେହି ରାସ୍ତା ନିକଟରେ ଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ l

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories