www.samajalive.in
Thursday, December 11, 2025
13.1 C
Bhubaneswar

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନୋଏଡାରେ ଏକ କାର ନମ୍ବର କିଣିବା ପାଇଁ ଖର୍ଚ୍ଚ ହୋଇଥିବା ୨୭.୫୦ଲକ୍ଷ ଟଙ୍କା ଯୋଗୁଁ ଏହା ଖବରର ଶିରୋନାମା ପାଲଟିଛି । ଏକ କମ୍ପାନୀ ଏକ ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି କରିବା ମାତ୍ରେ ବେଶ ଚର୍ଚ୍ଚା ହୋଇଛି । ନମ୍ବରଟି ହେଉଛି UP16FH 0001। ଭିଆଇପି ନମ୍ବର ପାଇଁ ଟଙ୍କା ଖର୍ଚ୍ଚ କରିବା ଅସ୍ୱାଭାବିକ ନୁହେଁ, ବରଂ ଆଭିଜାତ୍ୟ ବୋଲି କହି ପାରିବା । କିଛି ଲୋକଙ୍କର ଏହା ଏକ ଅଜବ ନିଶା ହୋଇଥାଏ ।

ଆରଟିଓ ଅଧିକାରୀଙ୍କ ସୂଚନା ଅନୁସାରେ ୦୦୦୧ ଭଳି ନମ୍ବରକୁ ସର୍ବଦା ଏକ ଷ୍ଟାଟସ୍‌ ସିମ୍ବଲ ଭାବରେ ବିବେଚନା କରାଯାଇଛି । ଲୋକମାନେ ଏହାକୁ ପାଇବା ପାଇଁ ବହୁତ ଚେଷ୍ଟା କରନ୍ତି, ବିଶେଷକରି ଦିଲ୍ଲୀ-ଏନସିଆରରେ ନିଜର ଆଭିଜାତ୍ୟ, ପ୍ରତିଷ୍ଠା ବଜାୟ ରଖିବା ପାଇଁ, ଲୋକମାନେ ଭିଆଇପି ନମ୍ବର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ସଂକୋଚ କରନ୍ତି ନାହିଁ ।

- Advertisement -

ପ୍ରକୃତରେ ନୋଏଡା ଆରଟିଓ ବିଭାଗ ନୂତନ ଘରୋଇ ଯାନ ସିରିଜ୍‌ UP16 FH ପାଇଁ ଏକ ଅନଲାଇନ୍‌ ନିଲାମ ଆରମ୍ଭ କରିଥିଲା । ଲୋକମାନେ ସାଧାରଣତଃ ନିଲାମରେ ଅଂଶଗ୍ରହଣ କରୁଥିବା ବେଳେ ଏଥର କିନ୍ତୁ ନିଲାମ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଆରଟିଓ ଅଧିକାରୀଙ୍କ ଅନୁଯାୟୀ, ୦୦୦୧ ନମ୍ବର ପାଇଁ ନିଲାମ ଆରମ୍ଭ ହେବା ମାତ୍ରେ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ । ପରେ ଏହା କ୍ରମାଗତ ବଢି ୨୭.୫୦ଲକ୍ଷର ସର୍ବଧିକ ରେକର୍ଡ ଛୁଇଁଥିଲା ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories