www.samajalive.in
Thursday, December 11, 2025
15.1 C
Bhubaneswar

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ଆମେରିକା ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟର ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ଭାରତରେ ପହଞ୍ଚିବେ। ଆଲୋଚନାରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କ ହ୍ରାସ କରିବା ପାଇଁ ଏକ ଚୁକ୍ତି ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଆସନ୍ତା ୧୦ ଓ ୧୧ ଦୁଇଦିନ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବ।
ଆମେରିକୀୟ ପରିଦର୍ଶକ ଦଳର ନେତୃତ୍ୱ ନେବେ ଡେପୁଟି ଆମେରିକା ବାଣିଜ୍ୟ ପ୍ରତିନିଧି ରିକ୍ ସ୍ୱିଜର। ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସହାୟକ ଥିବା ବ୍ରେଣ୍ଡନ୍ ଲିଞ୍ଚ ମଧ୍ୟ ପ୍ରତିନିଧିମଣ୍ଡଳୀରେ ଆସୁଛନ୍ତି। ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ସ୍ୱିଜର ନେତୃତ୍ୱ ନେଉଥିବା ବେଳେ ଲିଞ୍ଚ ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଉଭୟ ସରକାର ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାକୁ ଚୂଡ଼ାନ୍ତ ରୂପ ଦେବା ଲକ୍ଷ୍ୟରେ ନିୟୋଜିତ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି। ଉଭୟ ଦେଶ ୨୦୨୫ ମାର୍ଚ୍ଚ ପରଠାରୁ ୬ ଥର ଆଲୋଚନା ଏବଂ ଅନ୍ୟାନ୍ୟ ବୈଠକ କରିଛନ୍ତି।
ସୂଚନାଯୋଗ୍ୟ, ଆମେରିକା ବର୍ତ୍ତମାନ ଭାରତୀୟ ସାମଗ୍ରୀ ଉପରେ ୫୦% ଅତିରିକ୍ତ ଶୁଳ୍କ ଆଦାୟ କରୁଥିବା ବେଳେ ଆମେରିକାକୁ ଭାରତର ପାରମ୍ପରିକ ସାମଗ୍ରୀ ଯେପରିକି ପୋଷାକ, ସାମୁଦ୍ରିକ ଉତ୍ପାଦ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଚମଡା ରପ୍ତାନିରେ ତୀବ୍ର ହ୍ରାସ ଘଟିଛି। ଆମେରିକାକୁ ସାମଗ୍ରିକ ପଣ୍ୟଦ୍ରବ୍ୟ ରପ୍ତାନି ବର୍ଷକୁ ୮.୫୯% ହ୍ରାସ ପାଇ ୬.୩୦ବିଲିୟନ ଡଲାରରେ ପହଞ୍ଚିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories