www.samajalive.in
Wednesday, December 10, 2025
18.1 C
Bhubaneswar

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ ଦିନ ପାଇଁ ଅଚଳାବସ୍ଥା ଜାରି ରହିଛି। ରବିବାର (ଡିସେମ୍ବର ୭) ଇଣ୍ଡି‌େଗା ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ ୨୩୦୦ ବିମାନ ଉଡାଣ କରିବାକୁ ଥିବାବେଳେ ଏଥିରୁ ୬୫୦ଟି ବିମାନକୁ ବାତିଲ କରାଯାଇଛି। ୧୬୫୦ ବିମାନ ଉଡାଣ ଠିକ୍ ସମୟରେ ହୋଇପାରିଛି। ବିମାନ ଚଳାଚଳକୁ ସ୍ବାଭାବିକ କରିବା ଲାଗି ବିମାନ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଏଥିରେ ବିଫଳ ହୋଇଛି। ତେବେ ୨୪ ଘଣ୍ଟା ମଧ୍ୟରେ କମ୍ପାନୀ ଏହାର ୯୫% ରୁଟ୍‌ରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଧାରି ପାରିଛି। ଗତକାଲିର ଅନ୍‌ ଟାଇମ୍ ପରଫରମାନ୍ସ ୩୦% ରହିଥିବାବେଳେ ରବିବାର ଏହା ୭୫%କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ଇଣ୍ଡିଗୋ ଯାତ୍ରୀଙ୍କ ଟିକଟ ବାବଦକୁ ୬୧୦ କୋଟି ଟଙ୍କା ଫେରସ୍ତ କରିଛି। ଏହା ସହିତ ଲଗେଜ ଫେରାଇବା ଲାଗି ପ୍ରକ୍ରିୟା ଚଳାଇଛି। ରବିବାର ବାତିଲ ହୋଇଥିବା ଇଣ୍ଡିଗୋ ବିମାନ ମଧ୍ୟରେ ହାଇଦରାବାଦର ରାଜୀବ ଗାନ୍ଧୀ

ଆନ୍ତର୍ଜାତିକ ବିମାନ ବନ୍ଦରର ସର୍ବାଧିକ ୧୧୫ଟି ବିମାନ ରହିଛି। ଏଥିରୁ ୫୪ଟି ବିମାନ ଅବତରଣ କରିବାକୁ ଥିବାବେଳେ ୬୧ଟି ଉଡାଣ କରିବାକୁ ଥିଲା। ମୁମ୍ବଇରୁ ଉଡାଣ ଓ ଅବତରଣ କରିବାକୁ ଥିବା ୧୧୨ଟି ବିମାନ, ଦିଲ୍ଲୀରୁ ୧୦୯, କଲକାତାରୁ ୭୬ଟି, ଅହମ୍ମଦାବାଦରୁ ୨୦ଟି, ପୁଣେରୁ ୨୫ଟି, ଅଗରତାଲାରୁ ୬ଟି ଓ ତ୍ରିଚିରୁ ୧୧ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି। ତେବେ ପୂର୍ବ ଦିନ ଅପେକ୍ଷା ଇଣ୍ଡିଗୋର ବିମାନ ବାତିଲ ସଂଖ୍ୟାରେ ଉନ୍ନତି ଆସୁଥିବା ଜଣାଯାଇଛି। କାରଣ ଶୁକ୍ରବାର ୧୦୦୦ରୁ ଅଧିକ ବିମାନ ବାତିଲ କରାଯାଇଥିବାବେଳେ ଶନିବାର ୮୫୦ ବିମାନ ବାତିଲ କରାଯାଇଥିଲା।

- Advertisement -

ଅନ୍ୟପଟେ ଇଣ୍ଡିଗୋର ବିମାନ ଚଳାଚଳରେ ଅଚଳାବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମାଧାନ କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ଅନେକ ପଦକ୍ଷେପ ନେଇଛି। ଯେପରିକି ବିମାନ ଭଡାକୁ ନିୟନ୍ତ୍ରଣ କରିବା, ଯାତ୍ରୀଙ୍କ ଭଡା ଅର୍ଥ ଓ ଲଗେଜ ଫେରିପାରିବା ନେଇ ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ପାଇଲଟ୍ ଓ କର୍ମଚାରୀ ଅଭାବକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସରେ ୬ଦିନ ହେଲା ଅଚଳାବସ୍ଥା ଦେଖାଯାଇଛି। କର୍ମଚାରୀ ଅଭାବକୁ ନେଇ ଏୟାରଲାଇନ ଏହାର ହଜାର ହଜାର ବିମାନ ବାତିଲ କରିବାକୁ ବାଧ୍ୟ ହୋଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories