www.samajalive.in
Thursday, December 11, 2025
16.1 C
Bhubaneswar

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ। ବିଭିନ୍ନ ସ୍ତରରୁ ସମର୍ଥନ ମିଳୁଥିବାର ଜାଣି ଶତ୍ରୁ ପଛଘୁଞ୍ଚା ଦେବ। ଋଣ ପରିଶୋଧ କରି ମାନସିକ ଶାନ୍ତି ପ୍ରାପ୍ତ ହେବେ। ସୁସ୍ଥ ରହିବେ।

ବୃଷ: ପ୍ରବଚନର ପ୍ରସ୍ତୁତି ପାଇଁ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଆର୍ଥିକ ଅନୁଦାନ ପାଇବାର ସୂଚନା ମିଳୁଛି। ବିଦ୍ୟାର୍ଥୀ ଉଚ୍ଚ ଆଶା ପୂରଣ କରିବେ।

- Advertisement -

ମିଥୁନ: ଆୟ, ବ୍ୟୟ ସମାନ୍ତରାଳ ଗତି କରିବେ। ଚାକିରି କ୍ଷେତ୍ରରେ ସତର୍କତା ଯୋଗଁୁ ବିପଦରୁ ରକ୍ଷା ପାଇବେ। ବ୍ୟବସାୟ ଲାଭପ୍ରଦ ହେବ। ଧର୍ମ କାର୍ଯ୍ୟ କରିପାରନ୍ତି। ବିଦ୍ୟାର୍ଥୀ ପଢ଼ାପଢ଼ିରେ ମନଯୋଗୀ ହେବେ।

କର୍କଟ: ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଅସୁସ୍ଥତାର ଉପସମ ହେବ। ଚାକିରି କ୍ଷେତ୍ରରେ ସ୍ଥିତି ଅଟଳ ରହିବ। ବନ୍ଧୁମାନଙ୍କ ସହିତ ଆନନ୍ଦ ଉତ୍ସବରେ ମଜ୍ଜି ରହିବେ। ବିଦ୍ୟାର୍ଥୀମାନେ ଅଳ୍ପ ଆଗକୁ ବଢ଼ିପାରନ୍ତି।

ସିଂହ: ଅର୍ଥାଭାବ ପଡ଼ିବ ନାହିଁ। ବ୍ୟବସାୟରେ ଢେର ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ।

କନ୍ୟା: ବିଭିନ୍ନ ସୂତ୍ରରୁ ରୋଜଗାର କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଚାକିରି କ୍ଷେତ୍ରରେ ଜଣେ କରିତ୍‌କର୍ମାର ପରିଚୟ ସୃଷ୍ଟି କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବିଦ୍ୟାର୍ଥୀମାନେ ଉଦ୍ୟମୀ ହେବେ।

ତୁଳା: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟର ଆଶାୟୀ ହେବେ। କେତେକ କ୍ଷେତ୍ରରେ କାର୍ଯ୍ୟ ହାସଲ କରିପାରନ୍ତି। ବାକ୍‌ ଚାତୁରୀରେ ପରକୁ ଆପଣାର କରିପାରନ୍ତି। ବିଦ୍ୟାର୍ଥୀ ମନୋଯୋଗୀ ହେବେ।

ବିଛା: ଅଧିକ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ମନ ପ୍ରଫୁଲ୍ଲ ରହିବ। ବିବାଦରେ ବିଜୟୀ ହେବେ। ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ସରକାରୀ ସ୍ତରରୁ ଲାଭ ମିଳିବ। ବିଦ୍ୟାର୍ଥୀ କର୍ମଠ ହେବେ।

ଧନୁ: ଉପୁଜିଥିବା ସମସ୍ୟାର ସମାଧାନ କରିବେ। ଭ୍ରମଣ ଫଳପ୍ରଦ ହେବ। ଚାକିରି କ୍ଷେତ୍ରରେ ସହଯୋଗୀଙ୍କୁ ବନ୍ଧୁତାର ଆସନ ଦେଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।

ମକର: ଦେହ ଓ ମନ ଭଲ ରହିବ। ମଥା ଟେକି ବାଟ ଚାଲିପାରନ୍ତି। ନିଜର କର୍ମଦ୍ବାରା ଭାଗ୍ୟକୁ ନିୟନ୍ତ୍ରଣ କରିପାରନ୍ତି। ମିଳିଥିବା କ୍ଷମତାକୁ ବିକେନ୍ଦ୍ରୀକରଣ କରି ଜନକଲ୍ୟାଣରେ ନିଜକୁ ସାମିଲ କରିପାରନ୍ତି।

କୁମ୍ଭ: କୀର୍ତ୍ତିମାନ୍‌ ହେବେ। ସରକାର ତଥା ବିଭାଗୀୟ ମୁଖ୍ୟଙ୍କ ପ୍ରିୟପାତ୍ର ହୋଇପାରନ୍ତି। ସହଯୋଗୀ ଓ ସହକର୍ମୀଙ୍କ ସମର୍ଥନ ପାଇବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ମୀନ: ବ୍ୟବସାୟ ଲାଭପ୍ରଦ ହେବ। ସାମାଜିକ ସ୍ତରରେ ଜଣେ ସେବକର ନିଦର୍ଶନ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ସର୍ବ ସୁଖ ଅନୁଭବ କରିପାରନ୍ତି। ସୁସ୍ବାଦୁ ଭୋଜନ ପାଇ ଆନନ୍ଦ ଅନୁଭବ କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories