www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଯାଇଛି। ପଲାସ ମୁଚ୍ଛଲଙ୍କ ସହିତ ତାଙ୍କ ସମ୍ପର୍କ ଶେଷ ହୋଇଛି ବୋଲି ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ମନ୍ଧାନା। ମନ୍ଧାନାଙ୍କ ଏହି ପୋଷ୍ଟ ପଲାସ ଏବଂ ତାଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।

ମନ୍ଧାନା ନିଜ ପୋଷ୍ଟରେ ଲେଖିଛନ୍ତି, ଗତ କିଛି ସପ୍ତାହ ହେବ ତାଙ୍କ ଜୀବନକୁ ନେଇ ଅନେକ ପ୍ରକାର ଆଲୋଚନା ହେଉଛି। ସେ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରକୃତିର ମଣିଷ ଏବଂ ନିଜ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ସ୍ତରରେ ହିଁ ସୀମିତ ରକିବାକୁ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ ଏସବୁ କହିବା ଜରୁରୀ ଯେ, ତାଙ୍କ ବିବାହ ରଦ୍ଦ ହୋଇଯାଇଛି। ଏହି ପ୍ରସଙ୍ଗ ଏହିଠାରେ ଶେ​‌ଷ ହେଉ ବୋଲି ସେ ଚାହୁଁଛନ୍ତି। ଦୁଇ ପରିବାରର ବ୍ୟକ୍ତିଗତ ପ୍ରସଙ୍ଗକୁ ଆପଣମାନେ ସମ୍ମାନ ଦିଅନ୍ତୁ ଏବଂ ଆମକୁ ଏହି ପରିସ୍ଥିତିରୁ ବାହାରି ସ୍ବାଭାବିକ ଅବସ୍ଥାକୁ ଫେରିବା ଲାଗି ସମୟ ଦିଅନ୍ତୁ। ଯାହାଫଳରେ ସେ ଆଗକୁ ବଢ଼ିପାରିବେ।

- Advertisement -

ମନ୍ଧାନା ନିଜ କ୍ୟାରିଅରକୁ ନିଜର ପ୍ରାଥମିକତା ବୋଲି ଦର୍ଶାଇଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ମୁଁ ଭାବୁଛି ଆମ ସମସ୍ତଙ୍କୁ ଏକ ବଡ଼ ଶକ୍ତି ବାଟ ଦେଖାଉଛି। ତାହା ମୋ ପାଇଁ ହେଉଛି ସର୍ବଦା ଭାରତର ପ୍ରତିନିଧିତ୍ଵ କରିବା। ଯେତେ ଲମ୍ବା ସମୟ ପର୍ଯ୍ୟନ୍ତ ହୋଇପାରିବ ସେ ପର୍ଯ୍ୟନ୍ତ ମୁଁ ନିଜ ଦେଶ ପାଇଁ ଖେଳିବା ଏବଂ ଟ୍ରଫି ଜିତିବାକୁ ଚାହୁଁଛି। ମୋର ସମ୍ପୂର୍ଣ୍ଣ ଧ୍ୟାନ ତାହା ଉପରେ ରହିବ।

ପଲାସ ବି ନିଜ ପୋଷ୍ଟରେ ଏ ନେଇ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ମୁଁ ନିଜ ଜୀବନରେ ଆଗକୁ ବଢ଼ିବା ଏବଂ ନିଜ ସମ୍ପର୍କରୁ ପଛକୁ ହଟିବାକୁ ନିଷ୍ପତ୍ତି ନେଇଛି। ସତ୍ୟତା ନ ଥିବା କୌଣସି କତା ଏବଂ ଗୁଜବର ବଶବର୍ତ୍ତୀ ହୋଇ ଲୋକମାନଙ୍କୁ ଏତେ ଜଳଦି କିଛି ପ୍ରତିକ୍ରିୟା ଦେଉଥିବାର ଦେଖି ସେ କଷ୍ଟ ଅନୁଭବ କରୁଛନ୍ତି। ଏହା ମୋ ଜୀବନର ସବୁଠୁ କଠିନ ସମୟ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories