www.samajalive.in
Friday, December 5, 2025
23.1 C
Bhubaneswar

ରୁଷ୍‌ର ଆଣବିକ ଯୁଦ୍ଧ ଜାହାଜକୁ ଲିଜ୍‌ରେ ଆଣିବ ଭାରତ

ନୂଆଦିଲ୍ଲୀ : ରୁଷ୍‌ର ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜକୁ ଭାରତ ୧୦ବର୍ଷ ପାଇଁ ଲିଜ୍‌ରେ ଆଣିବ। ଏଥିପାଇଁ ଭାରତ ୨୦୦ କୋଟି ଡଲାର ପ୍ରଦାନ କରିବ। ଭାରତ ନିଜର ଆଣିବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜ ନିର୍ମାଣ କରୁଛି। ଆଣବିକ ଯୁଦ୍ଧଜାହାଜକୁ କିପରି ପରିଚାଳନା କରାଯିବ ସେ ସମ୍ପର୍କରେ ଭାରତୀୟ ନାବିକଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରୁଷ୍‌ର ଆଣବିକ ଯୁଦ୍ଧଜାହାଜକୁ ଲିଜ୍‌ରେ ଅଣାଯିବ। ଆଣବିକ ଯୁଦ୍ଧଜାହାଜ ଲିଜ୍‌ରେ ଆଣିବା ଲାଗି ରୁଷ୍ ସହିତ ଭାରତ ଏହାର ବୁଝାମଣାକୁ ଚୂଡାନ୍ତ କରିଥିବା ବ୍ଲମ୍‌ବର୍ଗ ରିପୋର୍ଟରୁ ପ୍ରକାଶ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବା ପୂର୍ବରୁ ଗୁରୁବାର ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରିସ୍ତରୀୟ ବୈଠକରେ ଏହି ବୁଝାମଣାକୁ ଚୂଡାନ୍ତ ରୂପରେଖ ଦିଆଯାଇଛି। ତେବେ ରୁଷ୍ ଏହାର ଆଣବିକ ଯୁଦ୍ଧଜାହାଜ ଦେବାକୁ ପ୍ରାୟ ଦୁଇବର୍ଷ ଲାଗିଯିବ। କାରଣ ଏହା ପଛରେ ଅନେକ ବୈଷୟିକ ଜଟିଳତା ରହିଛି। ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ-ରୁଷ୍ ଇଣ୍ଟର ଗଭର୍ଣ୍ଣମେଣ୍ଟ କମିସନ ଫର ମିଲିଟାରୀ ଆଣ୍ଡ ମିଲିଟାରୀ ଟେକ୍ନିକାଲ କୋଅପରେସନର ୨୨ତମ ବୈଠକ ହୋଇଥିଲା। ବୈଠକରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷ୍ ପକ୍ଷରୁ ଏହାର ପ୍ରତିରକ୍ଷା ମନ୍ତ୍ରୀ ଆନ୍ଦ୍ରେଇ ବେଲୋଉସୋଭ ନେତୃତ୍ବ ନେଇଥିଲେ।

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories