ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସନ୍ତା ୯ ତାରିଖ ସୁଦ୍ଧା ଅଦାଲତରେ କେସ ଡାଏରୀ(ସିଡି) ଦାଖଲ କରିବାକୁ ଜିଲା ଜଜ ମାମଲାର ତଦନ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ା ଏହି ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସମେତ ମୋଟ ୫ ଜଣଙ୍କୁ ଖଲାସ କରିବା ପାଇଁ ଦାୟର ହୋଇଥିବା ପିଟିସନର ଶୁଣାଣି ବେଳେ ଜିଲା ଜଜ୍ ପୁଲିସକୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି ା ସିଡି ଦାଖଲ ପାଇଁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସରଞ୍ଜନ ଛୋଟରାୟ ଅଦାଲତକୁ କିଛିଦିନ ସମୟ ମାଗିଥିଲେ ା ସେହିକ୍ରମରେ ଆସନ୍ତା ୯ ତାରିଖ ସୁଦ୍ଧା ସିଡି ଦାଖଲ ପାଇଁ ଅଦାଲତ ଅନୁମତି ଦେଇଥିବା ଜଣାପଡିଛି। କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା ା



