www.samajalive.in
Friday, December 5, 2025
23.1 C
Bhubaneswar

ଗୁରୁବାର ରାଶିଫଳ: ଗୁପ୍ତ ଧନ ପାଇବେ ଏହି ରାଶିର ବ୍ୟକ୍ତି

ମେଷ: ଆତ୍ମବିଶ୍ବାସୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ଧନୀ ଓ ଐଶ୍ବର୍ଯ୍ୟବାନ୍‌ ହେବେ। ପ୍ରଖର ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ଓଜସ୍ବୀତା ଓ ତେଜସ୍ବୀତା ହେବେ। ଏକାନ୍ତପ୍ରିୟ ଓ ଗୁପ୍ତ ବିଦ୍ୟାର ଅଧିକାରୀ ହେବେ।

ବୃଷ: ଐଶ୍ବର୍ଯ୍ୟଶାଳୀ ହେବେ। ବହୁ ଭୂସମ୍ପତ୍ତିଯୁକ୍ତ ହୋଇପାରନ୍ତି। ପ୍ରବକ୍ତା ଓ ଭାଷ୍ୟକାର ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହ କାର୍ଯ୍ୟ କରିବେ। ନିଜର ଭାଗ୍ୟ ନିର୍ମାତା ନିଜେ ହେବେ। ସୁସ୍ଥ ରହିବେ।

- Advertisement -

ମିଥୁନ: ମାଗଣାରେ ଧନ ବା ଦ୍ରବ୍ୟ ପ୍ରାପ୍ତିର ଆଶା ରହିବ। ଧନଲାଭ ପାଇଁ କଷ୍ଟ ସହିବାକୁ କୁଣ୍ଠିତ ହେବେ ନାହଁ। ପରାକ୍ରମୀ ଓ ସାହସୀ ହେବେ। ଯୁକ୍ତିରେ ସମସ୍ତଙ୍କୁ ପରାସ୍ତ କରିପାରନ୍ତି। ରାଜନୀତିଜ୍ଞ ହୋଇପାରନ୍ତି।

କର୍କଟ: ଉତ୍ତମ ଚିକିତ୍ସକଭାବେ ସୁନାମ ଅର୍ଜନ କରିବେ। ସମ୍ମାନିତ ହେବେ। ନିଜର ସ୍ବାର୍ଥ ସିଦ୍ଧି ପାଇଁ ନ୍ୟାୟ, ଅନ୍ୟାୟର ବିଚାର ନ କରିପାରନ୍ତି। ସନ୍ତାନ ପୋଷକ ହେବେ। ଅନୁଗତମାନଙ୍କର ସହାୟକ ହେବେ।

ସିଂହ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମା​ରେ ବିଜୟୀ ହେବା ସହିତ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିପାରେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ।

କନ୍ୟା: ଗୁପ୍ତ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ମୋକଦ୍ଦମାରେ ବିଜୟୀ ହେବେ। ଯୁକ୍ତିତର୍କରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭପ୍ରଦ ହେବ। ଭୂସମ୍ପତ୍ତି ପ୍ରାପ୍ତି ହୋଇପାରେ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ଦୃଢ଼ ନିଶ୍ଚୟୀ ହେବେ। ସାଙ୍ଘାତିକ ବିପଦରେ ଧୈର୍ଯ୍ୟର ସହ କାର୍ଯ୍ୟ କରିପାରନ୍ତି। ଅକସ୍ମାତ୍‌ ମାଗଣାରେ ଧନ ପ୍ରାପ୍ତିର ସୂଚନା ମିଳୁଛି। ସଞ୍ଚୟ ମନୋବୃତ୍ତିର ହେବେ। କୂଟନୀତିଜ୍ଞ ହେବେ।

ବିଛା: ଧନବାନ୍‌ ହେବେ। ଉଚ୍ଚାଧିକାରୀଙ୍କଠାରୁ ସାହାଯ୍ୟ ପାଇବେ। ଯେକୌଣସି ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଆଶାବାଦୀ ହେବେ। ସନ୍ତାନମାନଙ୍କଠାରୁ ସାହାଯ୍ୟ ମିଳିବ। ଜ୍ଞାନୀ ହୋଇପାରନ୍ତି।

ଧନୁ: ଧନୀ ହେବେ। ସୁନ୍ଦର ଆଭୂଷଣଯୁକ୍ତ ହୋଇପାରନ୍ତି। ଉତ୍ତମ ପଦପଦବୀଯୁକ୍ତ ହେବେ। ମାତୃସେବକ ହୋଇପାରନ୍ତି। ଦୟାଳୁ ହେବେ। ଅଗଭୀର ଅନୁସନ୍ଧାନ ହେବେ। ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ହୋଇପାରନ୍ତି।

ମକର: ଆଡ଼ମ୍ବରପ୍ରିୟ ହେବେ। ସତ୍ୟ-ଅସତ୍ୟକୁ ପରବାୟ ନ କରିପାରନ୍ତି। ଉଚ୍ଚାଭିଳାଷୀ, ଚତୁର ଓ କୂଟନୀତିରେ ଧୂରନ୍ଧର ହେବେ। ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିପାରନ୍ତି। ପତ୍ନୀ ବିଳାସୀ ଓ ଆୟୁଷ୍ମାନ୍‌ ହେବେ।

କୁମ୍ଭ: ଐଶ୍ବର୍ଯ୍ୟଶାଳୀ, ନୀରୋଗ ଚରିତ୍ରବାନ୍‌ ଓ ଗୁରୁଭକ୍ତ ହୋଇପାରନ୍ତି। ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ଭଲ କାର୍ଯ୍ୟରେ ସାହସ ପ୍ରଦର୍ଶନ କରିବେ। ସଙ୍ଘାତ, ସଂଘର୍ଷ ମଧ୍ୟରେ ବଞ୍ଚିରହି ନିଜକୁ ପ୍ରତିଷ୍ଠିତ କରିପାରନ୍ତି।

ମୀନ: ସାହସୀ ହେବେ। ନିଜ ପରାକମ୍ରରେ ଧନ ଅର୍ଜନ କରିବେ। ମାତ୍ର ସୁନାମ ଅର୍ଜନ କରିବା କଷ୍ଟସାଧ୍ୟ ହେବ। କାର୍ଯ୍ୟ ଦକ୍ଷତାରେ ଏପରି ସିଦ୍ଧହସ୍ତ ଯେ କାହାକୁ ଖାତିର କରିବେ ନାହିଁ। ଗୁପ୍ତ ଧନ ମିଳିପାରେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories