www.samajalive.in
Friday, December 5, 2025
23.1 C
Bhubaneswar

୫୩ତମ ଶତକ ହାସଲ କଲେ ବିରାଟ

ନୂଆଦିଲ୍ଲୀ : ଆଜି ରାୟପୁର ଠାରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଚଳିତ ମ୍ୟାଚ୍ ରେ ଏକ ଦମଦାର ଶତକ ଅର୍ଜନ କରିଛନ୍ତି ବିରାଟ କୋହଲି । କ୍ରମାଗତ ଭାବରେ ରାଞ୍ଚି ପରେ ରାୟପୁର ଠାରେ ହେଉଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଶତକ ମାରିଛନ୍ତି ବିରାଟ । ଦିନିକିଆରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି। ଏହା ପୂର୍ବରୁ ଦିନିକିଆରେ ୫୦ଟି ଶତକ ମାରି ସଚିନ ତେନ୍ଦୁଲକର ନୂଆ ରେକର୍ଡ ସୃଷ୍ଟି କରିଥିଲେ । ସଚିନଙ୍କ ରେକର୍ଡ କୁ ପଛରେ ପକାଇଛନ୍ତି କିଙ୍ଗ କୋହଲି। ଆନ୍ତଜାର୍ତିୟ କ୍ୟାରିୟରେ ଏହାକୁ ଲଗେଇ ୮୪ ତମ ଶତକ ହାସଲ କଲେ ବିରାଟ । ୯୩ଟି ବଲରେ ୧୦୨ ରନ୍ ସଂଗ୍ରହ କରିଛନ୍ତି ବିରାଟ । ଶତକୀୟ ଇନିଂସରେ ୭ ଟି ଚୌକା ସହ ୨ଟି ଛକା ମାରିଛନ୍ତି ବିରାଟ ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories