www.samajalive.in
Friday, December 5, 2025
23.1 C
Bhubaneswar

ଅନ୍ଧାରରେ ମା’ ତାରାତାରିଣୀ!

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଅନ୍ଧାରରେ ପୂଜା ପାଉଥିବା ଅଭିଯୋଗ ହୋଇଛି। ମା’ଙ୍କ ମନ୍ଦିର ବେଢା ଓ ଗର୍ଭଗୃହରେ ୩ ଦିନ ହେଲା ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଥିବାବେଳେ ପ୍ରତିଦିନ ଶହ ଶହ ଭକ୍ତଙ୍କ ଭିଡ଼ ଲାଗୁଛି। କିନ୍ତୁ ସନ୍ଧ୍ୟା ହେଲେ ମାଙ୍କ ମନ୍ଦିର ଅନ୍ଧକାରମୟ ହୋଇପଡୁଥିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଦୁଇ ତିନି ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ବିଭ୍ରାଟ ଦେଖାଦେଉଥିବାବେଳେ ସେଠାରେ ଲାଗିଥିବା ସୋଲାର ପ୍ୟାନେଲ ମଧ୍ୟ କାମ କରୁନଥିବା ଜଣାପଡିଛି। ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ଭିତରେ ଆଲୁଅ ନଥିବାରୁ ଭକ୍ତ ମାନେ ନିଜ ମୋବାଇଲ ଟର୍ଚ୍ଚ ପକାଇ ମା’ଙ୍କୁ ଦର୍ଶନ କରିଥିଲେ। ତିନି ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। ମା’ଙ୍କ ମନ୍ଦିର ପରିସର ଅନ୍ଧକାରକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ମନ୍ଦିରରେ ଆଲୁଅ ନଥିବା ଘଟଣାକୁ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଖଣ୍ଡନ କରିଛନ୍ତି। ମନ୍ଦିର ଗର୍ଭଗୃହ ଭିତରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ରହିଛି। ଏହାସହିତ ଫୁଲ ରଖିବା ପାଇଁ ଏକ ଫ୍ରିଜ ରହିଥିବାରୁ ଏହା ଚାଲୁହେଲେ ବେଳେବେଳେ ବିଦ୍ୟୁତ କଟିଯାଉଛି। ଆଜି ମଧ୍ୟ ସନ୍ଧ୍ୟାବେଳେ ଏଭଳି ଟ୍ରିପ୍‌ ହୋଇଥିଲା। କିଛି ସମୟ ପାଇଁ ବିଦ୍ୟୁତ କଟିଯାଇଥିଲା। ମନ୍ଦିର ବେଢାରେ ଆଲୁଅ ବ୍ୟବସ୍ଥା ଠିକ୍‌ଠାକ ରହିଥିବା ଶ୍ରୀ ବେହେରା କହିଛନ୍ତି। ଇତିମଧ୍ୟରେ ମନ୍ଦିର ବେଢାରେ ଆଲୁଅ ବ୍ୟବସ୍ଥା ତଦାରଖ ପାଇଁ ତହସିଲଦାର,ବିଦ୍ୟୁତ ବିଭାଗ ଓ ପୁଲିସ ଅଧିକାରୀ​‌ ତାରାତାରିଣୀ ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରରେ ଥିବା ସୋଲାର ପ୍ୟାନେଲକୁ ମଧ୍ୟ ବଦଳାଯିବ ବୋଲି ସୂଚନା ମିଳିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories