www.samajalive.in
Friday, December 5, 2025
23.1 C
Bhubaneswar

ଡିଭାଇଡରରେ ପିଟି ହୋଇ ଜଣେ ମୃତ, ଜଣେ ଆହତ

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ କଲେଜ ଛକ ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଂଚଳର ଧମେନ୍ଦ୍ର କର । ଆହତ ଜଣକ ହେଲେ ସନ୍ଦୀପ ଦାସ ।

ଏହି ଦୁଇ ଜଣ ଏକ ବାଇକ ଯୋଗେ ବେଙ୍ଗଲୋରରୁ ନିଜ ଘରକୁ ଫେରୁଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ଡିଭାଇଡରକୁ ପିଟି ଦେଇଥିଲେ । ତୁରନ୍ତ ସ୍ଥାନୀୟ ଲୋକ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଉଭୟଙ୍କୁ ନେଇଥିଲେ । ସେଠାରେ ଧମେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଆହତଙ୍କ ଅବସ୍ଥା ଗୁରୁତର ରହିଥିବା କହିଛନ୍ତି । ଘଟଣାସ୍ଥଳରେ ଛତ୍ରପୁର ପୁଲିସ ପହଂଚି ତଦନ୍ତ ଜାରି ରଖିଛି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories