www.samajalive.in
Friday, December 5, 2025
23.1 C
Bhubaneswar

ମହିଳାଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ

ପାତ୍ରପୁର: ବ୍ରହ୍ମପୁର ପୁଲିସ ଜିଲ୍ଲା ଜରଡା ଥାନା ପଦାଦିଗି ପଞ୍ଚାୟତ  ନାରାଣପୁର ଗ୍ରାମରେ ସୋମବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୁଲିସ। ମୃତା ମହିଳା ଜଣକ ହେଲେ ନାରାଣପୁର ଗ୍ରାମର କୃଷ୍ଣ ପ୍ରଧାନଙ୍କ ସ୍ତ୍ରୀ କୁମାରୀ ପ୍ରଧାନ(୫୫)।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ସକାଳେ ନାରାଣପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଖବର ପାଇ  ଜରଡା ପୁଲିସ ଗ୍ରାମରେ ପହଞ୍ଚି ଥିଲେI ଏ ସମ୍ପର୍କରେ ଖରିଣିପଡା ଗ୍ରାମର ମୃତକଙ୍କ ଭାଇ ନିରଞ୍ଜନ ପ୍ରଧାନ ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ହତ୍ୟା କରାଯାଇଥିବା ଏତଲା ଦେଇଛନ୍ତି। କୁମାରୀ ପ୍ରଧାନ ରବିବାର ବିଳମ୍ବିତ ରାତିରେ ନିଜ ଘରେ ଫାଶୀ ଦେଇଥିବା ସ୍ଵାମୀ କୃଷ୍ଣ ପ୍ରଧାନ ଜାଣିବା ପରେ ସମ୍ପର୍କୀୟମାନଙ୍କୁ ଖବର ଦେଇଥିଲେ। ମୃତକଙ୍କ ଭାଇ ନିରଞ୍ଜନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭାଇ ପହଞ୍ଚି କୁମାରୀଙ୍କ ଦେହରେ ରକ୍ତ ବାହାରି ଥିବା ଦେଖିବା ସହ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜରଡା ପୁଲିସ ଏକ ମାମଲା ରୁଜୁ  କରିବା ସ‌ହିତ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।   ଅଭିଯୋଗକୁ ଭିତ୍ତି କରି ପୁଲିସ ସ୍ଵାମୀ କୃଷ୍ଣ ପ୍ରଧାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣା ସ୍ଥଳରୁ ଗୋଟିଏ ନିଶୁଣି ଓ ପ୍ଲାଷ୍ଟିକ ଚେୟାର ଜବତ ହୋଇଥିବା ଜରଡା ଥାନା ଭାରପ୍ରାପ୍ତ ଅଧିକାରୀ ମିନାକ୍ଷୀ ଦଳବେହେରା ସୂଚନା ଦେଇଛନ୍ତି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories