www.samajalive.in
Friday, December 5, 2025
23.1 C
Bhubaneswar

ଶୁଦ୍ଧି ପାଇଁ ଗାଁ କୋଠରେ ରଖିଥିଲେ ୪ଲକ୍ଷ ଟଙ୍କା: ତଥାପି ୨୦ ଘଣ୍ଟା ପଡ଼ିରହିଲା ବୃଦ୍ଧାଙ୍କ ଶବ

ଧରାକୋଟ: ନିଜର ମୃତ୍ୟୁ ପରେ ଶବ ସତ୍କାର ଓ ଶୁଦ୍ଧିକ୍ରିୟା ଭୋଜିଭାତ ପାଇଁ ଆଗୁଆ ବ୍ୟବସ୍ଥା କରି ଗାଁ କୋଠରେ ୪ଲକ୍ଷ ଟଙ୍କା ଜମା ଦେଇଥିଲେ। ଏହା ସତ୍ତ୍ବେ ମୃତ୍ୟୁ ପରେ ସମ୍ପତ୍ତିକୁ ନେଇ ଦୁଇ ଝିଅ ଓ ବୋହୂଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ଜନୈକା ବୃଦ୍ଧାଙ୍କ ଶବ ସତ୍କାର ହୋଇ ନ ପାରି ୨୦ଘଣ୍ଟା ଧରି ପଡ଼ିରହିଥିଲା। ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗୋଲା ଦାମୋଦରପଲ୍ଲୀ ପଞ୍ଚାୟତର କମାଶାସନ ଗ୍ରାମରେ ଆଜି ଏଭଳି ଘଟଣା ଘଟିଛି। ସମ୍ପତ୍ତି ସହ ଟଙ୍କା ପଇସା ପ୍ରସଙ୍ଗକୁ ନେଇ ବୋହୂ ଏବଂ ଝିଅମାନଙ୍କ ମଧ୍ୟରେ କଳି ଲାଗି ରହିବାରୁ ରତ୍ନାଲୁ ରେଡ୍ଡି(୬୫)ଙ୍କ ଶବ ଘରୁ ଉଠି ପାରି ନଥିଲା। ଶେଷରେ ଆପୋସ ସମାଧାନ କରାଯିବାରୁ ୨୦ ଘଣ୍ଟା ପରେ ଶବ ସତ୍କାର ବ୍ୟବସ୍ଥା କରାଯାଇଥିଲା। ରତ୍ନାଲୁଙ୍କ ଦୁଇ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରୁ ଉଭୟ ପୁଅଙ୍କ ପୂର୍ବରୁ ମୃତ୍ୟୁ ହୋଇ ସାରିଛି। ପୁଅଙ୍କ ମୃତ୍ୟୁ ପରେ ରତ୍ନାଲୁ ନିଜ ବଡ଼ ଝିଅ ଘରେ ରହୁଥିଲେ। ତେବେ ରତ୍ନାଲୁଙ୍କ ନାମରେ ଥିବା କିଛି ଟଙ୍କାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏପରିକି ରତ୍ନାଲୁ ନିଜ ନାମରେ ଥିବା ଘରକୁ ବଡ଼ଝିଅ ନାମରେ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତି ୮ଟା ୩୦ରେ ରତ୍ନାଲୁଙ୍କ ମୃତ୍ୟୁ ପରେ ସଂପତ୍ତି ବିବାଦ ଉଗ୍ର ରୂପ ନେଇଥିଲା।

ଦୁଇ ବୋହୂ କୁଳ ସମାଜକୁ ଧରି ଶବ ସତ୍କାର ନିମନ୍ତେ ବାହାରିବା ବେଳେ ଦୁଇ ଝିଅ ମା’ର ଟଙ୍କାପଇସାର ହିସାବ ତୁଟାଇବାକୁ ଜିଦ୍‌ ଧରି ଶବକୁ ସତ୍କାର କରିବାକୁ ଦେଇନଥିଲେ। ଫଳରେ ଶବ ବଡ଼ ଝିଅ ଘରେ ପଡ଼ି ରହିଥିଲା। ଏପରିକି ରତ୍ନାଲୁ ନିଜର ଶବ ସତ୍କାର ଓ ଶୁଦ୍ଧିକ୍ରିୟା ପାଇଁ ଗାଁର କୋଠରେ ୪ଲକ୍ଷ ଟଙ୍କା ପୂର୍ବରୁ ଜମା ଦେଇ ଯାଇଥିବାରୁ ଏହାକୁ ନେଇ ମଧ୍ୟ ବିବାଦ ହୋଇଥିଲା। ଏହି ସବୁ ସମ୍ପତ୍ତି ଓ ଟଙ୍କାର ହିସାବ ତୁଟାଇବାକୁ ଝିଅମାନେ ଦାବି କରିଥିଲେ। ଏହାକୁ ନେଇ ଦୁଇ ଝିଅ ଓ ବୋହୂ ମଧ୍ୟରେ ଟଣାଓଟରା ଲାଗି ରହିଥିଲା।

- Advertisement -

ତେବେ ଶବ ସତ୍କାର ହୋଇନଥିବାରୁ ଗାଁରେ ପୂଜା ଓ କର୍ମ ବନ୍ଦ ରହିିଥିଲା। ଏହାସହ ରବିବାର ସକାଳୁ ଗାଁର କୌଣସି ଘରେ ଚୁଲି ମଧ୍ୟ ଲାଗି ନଥିଲା। ଶବଦାହକୁ ନେଇ ଟଣାଓଟରା ଘଟଣା ପ୍ରଚାର ହେବାପରେ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଏବଂ ତାଙ୍କ ଦଳ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡ଼ିରହିବା ପରେ ରବିବାର ଅପରାହ୍ନ ୪ଟା ସମୟରେ ଗ୍ରାମ ଶ୍ମଶାନରେ ରତ୍ନାଲୁଙ୍କ ଶବସତ୍କାର ହୋଇଥିଲା।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories