www.samajalive.in
Saturday, December 6, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ପୁଅର ଗଣ ବିବାହରେ ପଡ଼ିଲା ହାତଗଣ୍ଠି

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କ ଭଳି ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ପରିବାରରେ ଅନୁଷ୍ଠିତ ହେଉଥିବା ବିବାହ ଉତ୍ସବ ସାଧାରଣତଃ ଚର୍ଚ୍ଚାରେ ରହିଥାଏ। ପଞ୍ଚତାରକା ହୋଟେଲ ହେଉ କିମ୍ବା ବିଦେଶରେ ଡେଷ୍ଟିନେସନ ୱେଡିଙ୍ଗ ଜରିଆରେ ଏଭଳି ଆଭିଜାତ୍ୟ ସମ୍ପନ୍ନ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅଙ୍କ ବାହାଘର ଏହି ପ୍ରସଙ୍ଗରେ ଏକ ବ୍ୟତିକ୍ରମ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ କନିଷ୍ଠ ପୁତ୍ର ଡା.ଅଭିମନ୍ୟୁ ଯାଦବ ରବିବାର ଏକ ଗଣବିବାହ ଅଭିଯାନରେ ସାମିଲ ହୋଇ ଡା.ଇଷିତା ଯାଦବଙ୍କୁ ବିବାହ କରିଛନ୍ତି। ଉଜ୍ବୟିନୀର ପବିତ୍ର ସିପ୍ରା ନଦୀକୂଳରେ ଏହି ଗଣବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଭିମନ୍ୟୁ-ଇଷିତାଙ୍କ ବ୍ୟତୀତ ଅନ୍ୟ ୨୧ ଜଣ ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ଉତ୍ସବରେ ହିନ୍ଦୁ ପାରମ୍ପରିକ ରୀତିନୀତିକୁ ପ୍ରାଧାନ୍ୟ ଦିଆଯାଇଥିଲା। ବରମାନେ ଘୋଡାରେ ଚଢ଼ି ଏବଂ କନ୍ୟାମାନେ ସୁସଜ୍ଜିତ ପାଲିଙ୍କିରେ ବସି ବିବାହ ମଣ୍ଡପକୁ ଆସିଥିଲେ। ଏଥିପାଇଁ ବିରାଟ ମଣ୍ଡପ ନିର୍ମିତ ହୋଇଥିଲା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଭଳି ଭିଭିଆଇପି ଓ ବିଶିଷ୍ଟ ଧର୍ମଗୁରୁ ଏହି ଗଣବିବାହରେ ଅତିଥି ଭାବେ ଯୋଗଦେଇଥିଲେ।

- Advertisement -

ଗଣବିବାହରେ ପ୍ରାଚୁର୍ଯ୍ୟ କିମ୍ବା ଭିଆଇପି ସଂସ୍କୃତିର କୌଣସି ଚିହ୍ନବର୍ଣ୍ଣ ନଥିଲା। ସବୁ ଅତିଥିଙ୍କୁ ସମାନ ଆତିଥ୍ୟ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଗଣବିବାହ ଜରିଆରେ ବିବାହ କରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ଅଭିମନ୍ୟୁ କହିଛନ୍ତି। ଏହାଦ୍ବାରା ସାମାଜିକ ସମାନତାକୁ ଗୁରୁତ୍ବ ଏବଂ ଜାତିଆଣ ଭେଦଭାବକୁ ଦୂରେଇ ଦିଆଯାଇଛି ବୋଲି ସେ କହିଛନ୍ତି। ନିମନ୍ତ୍ରିତ ଅତିଥିମାନେ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିବା ସହ ଦାମ୍ପତ୍ୟ ଜୀବନର ଶୁଭେଚ୍ଛା ଜଣାଇଥିଲେ। ପ୍ରାୟ ୨୫ ହଜାର ଅତିଥିଙ୍କ ସମାଗମକୁ ଦୃଷ୍ଟିରେ ରଖି ବିବାହ ସ୍ଥଳରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories