www.samajalive.in
Friday, December 5, 2025
23.1 C
Bhubaneswar

ଶୁଭଙ୍କରଙ୍କ ବିରୁଦ୍ଧରେ ଏତଲା

ସମାଜ ଲାଇଭ ଡ଼େସ୍କ : ବଢିଲା ଶୁଭଙ୍କର ମିଶ୍ରଙ୍କ ବିବାଦ । ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ଏତଲା । ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ । ଗତ କିଛି ଦିନ ଧରି ଶୁଭଙ୍କର ତାଙ୍କ  ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ସଙ୍କ୍ରାନ୍ତୀୟ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିବାଦଦେଖା ଯାଇଥିଲା । ଶ୍ରୀମନ୍ଦିର କୁ କେହି ପ୍ରେମୀଯୁଗଳ ଗଲେ ତାଙ୍କର ବିବାହ ହୋଇ ପାରିବ ନାହିଁ କହିଥିଲେ ଶୁଭଙ୍କର । ଏହାକୁ ବ୍ୟାଖ୍ୟା କରି , ରାଧାରାଣୀଙ୍କ ଅଭିଶାପ ଯୋଗୁଁ ଏପରି ହେଉଥିବା କହିଥିଲେ ଶୁଭଙ୍କର । ଯାହାକୁ ନେଇ ଗତ କିଛିଦିନ ହେବ ବିବାଦ ଘେରରେ ଅଛନ୍ତି ଶୁଭଙ୍କର । ଏତଲା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର । ତଦନ୍ତରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହେବ ବୋଲି ମଧ୍ୟ କହିଛନ୍ତି ପୁରୀ ଏସପି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories