www.samajalive.in
Friday, December 5, 2025
23.1 C
Bhubaneswar

ସେଜଲ ଘଟଣାରେ ନୂଆମୋଡ଼: କୋଟିଏ ଟଙ୍କା ଦାବି କରିଥିଲା ପୁରୁଷ ବନ୍ଧୁ

ବାଲେଶ୍ବର: ସରକାରଙ୍କ ସହଯୋଗରେ ଆମେରିକାରୁ ଫେରି ବାଲେଶ୍ବର ଜିଲା ନାରୀ ସଂଘ ଗୃହରେ ରହିଥିବା ଓଡ଼ିଆ ଯୁବତୀ ପୂଜା ଓରଫ ସେଜଲ ଜନଙ୍କୁ ଦେଖା କରିବାକୁ ଆସି ହରଡ଼ଘଣାରେ ପଡ଼ିଛନ୍ତି ତାଙ୍କ ପୁରୁଷ ବନ୍ଧୁ ଅମର ଦାସ। ସେଜଲ ତାଙ୍କ ପାଇଁ ବାଲେଶ୍ବର ଆସିଥିବା ଜାଣିବା ପରେ ଗତକାଲି ସେ ଦେଖା କରିବାକୁ ନାରୀ ସଂଘ ଗୃହକୁ ଯାଇଥିଲେ। ମାତ୍ର ଗତକାଲି ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ ଥିବା ଯୋଗୁଁ ନାରୀ ସଂଘ କର୍ମକର୍ତ୍ତା ବ୍ୟସ୍ତ ରହିବା କାରଣରୁ ତାଙ୍କୁ ଆଜି ଆସିବା ପାଇଁ କୁହାଯାଇଥିଲା। ସେହିକ୍ରମରେ ଆଜି ସେ ନାରୀ ସଂଘରେ ପହଞ୍ଚିବା ପରେ ସହଦେବଖୁଣ୍ଟା ଥାନା ପୁଲିସ ତାଙ୍କୁ ଥାନାକୁ ନେଇଯାଇଥିଲା। ଆମେରିକାରୁ ଓଡ଼ିଆ ଯୁବତୀ ସେଜଲଙ୍କୁ ଫେରାଇ ଆଣିବାରେ ଅମରଙ୍କ ଭୂମିକା ଓ କାର୍ଯ୍ୟଧାରାକୁ ନେଇ ପଚରାଉଚୁରା କରାଯିବ ବୋଲି ଥାନାଧିକାରୀ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି।

ତେବେ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ତ୍ବାବଧାନରେ ନାରୀ ସଂଘ ଗୃହରେ ୩ ଦିନ ରହିଥିବା ସେଜଲଙ୍କୁ କାଉନସେଲିଂବେଳେ ସେ ଦେଇଥିବା କିଛି ସୂଚନାରୁ ଅମରଙ୍କ କାର୍ଯ୍ୟଧାରାକୁ ସନ୍ଦେହ କରି ପୁଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। କାଉନସେଲିଂରୁ ଜଣାପଡ଼ିଛି ଯେ, ଅମର କଥାରେ ପଡ଼ି ସେଜଲ ମିଥ୍ୟା ଭିଡିଓ ପ୍ରଘଟ କରିଥିଲେ, ଯେଉଁଥିରେ ତାଙ୍କୁ ପାଳକ ମାଆ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଭିଡିଓକୁ ଅମର ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଘଟ କରିଥିଲେ। ଯାହାକୁ ଆଧାର କରି ସରକାରଙ୍କ ପକ୍ଷରୁ ସେଜଲଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଥିଲା। ସେହିଭଳି ସେଜଲଙ୍କ ମାଆଙ୍କୁ ବ୍ଲାକମେଲିଂ କରି କୋଟିଏ ଟଙ୍କା ଆଦାୟ ପାଇଁ ଅମର ନିଜ ମାଉସୀର ଆକାଉଣ୍ଟ ନମ୍ବର ଦେଇଥିଲେ ବୋଲି ଜିଲା ନାରୀ ସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର ସୂଚନା ଦେଇଛନ୍ତି। ଏହିସବୁ ଅଭିଯୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ସୂଚନା ଜାଣିବାକୁ କାଉନସେଲିଂ ପାଇଁ ପୁଲିସ ତାଙ୍କୁ ଉଠାଇଥିବା ଥାନାଧିକାରୀ କହିଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories