www.samajalive.in
Friday, December 5, 2025
23.1 C
Bhubaneswar

ଭତ୍ତା ଟଙ୍କା ଆତ୍ମସାତ୍‌ ଘଟଣା: ଭୁଲ ମାଗି ଟଙ୍କା ଫେରାଇଲେ ପିଇଓ

ବାଲିଆପାଳ: ବାଲେଶ୍ବର ଜିଲା, ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତରେ ଜାଲ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ଆତ୍ମସାତ କରିଆସୁଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ପିଇଓ)ଙ୍କ କାରନାମା ଧରାପଡ଼ିବା ପରେ ଭୁଲ ମାଗି ହିତାଧିକାରୀଙ୍କୁ ଟଙ୍କା ଫେରାଇଛନ୍ତି। ସମ୍ପୃକ୍ତ ପିଇଓ ଜଣେ ବିଧବା ମହିଳାଙ୍କର ୨୮ ହଜାର ୫ ଶହ ଟଙ୍କାରୁ ୧୦ ହଜାର ଟଙ୍କା ଏବଂ ଅନ୍ୟ ଜଣେ ଦିବ୍ୟାଙ୍ଗ ମହିଳାଙ୍କର ୩ ହଜାର ୬ ଶହ ଟଙ୍କା ଫେରାଇଛନ୍ତି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତଦନ୍ତ ପରେ ପିଇଓ ଜଣଙ୍କ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁସାରେ, କୁଣ୍ଡଳି ପଞ୍ଚାୟତର ଦୁଇ ଜଣ ମହିଳା ହିତାଧିକାରୀ ନେପୁରୀ ମଲିକ ଓ ସ୍ନେହଲତା ମହାପାତ୍ରଙ୍କ ଭତ୍ତା ଟଙ୍କା ପିଇଓ ଗୌତମ ସେଠୀ ଦୀର୍ଘ ଦିନ ଧରି ଆତ୍ମସାତ କରିଆସୁଥିଲେ। ହିତାଧିକାରୀ ବାରମ୍ୱାର ଭତ୍ତା ପାଇଁ ପିଇଓ ଗୌତମ ସେଠୀଙ୍କୁ ପଚାରିଲେ ମଧ୍ୟ ସେ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଉଭୟ ହିତାଧିକାରୀ ବିଜେପି ଲଙ୍ଗଳେଶ୍ବର ମଣ୍ଡଳ ସଭାପତି ମାନସ ମହାନ୍ତିଙ୍କ ସହଯୋଗରେ ସୂଚନା ଅଧିକାର ଆଇନ ବଳରେ ଭତ୍ତା ସମ୍ପର୍କିତ ତଥ୍ୟ ମାଗିଥିଲେ। ଉକ୍ତ ତଥ୍ୟରେ ଉଭୟ ହିତାଧିକାରୀଙ୍କ ନାମ ଭତ୍ତା ତାଲିକାରେ ଥିବା ଓ ସେମାନଙ୍କ ଟଙ୍କା ଆତ୍ମସାତ ହେଉଥିବା ଜଣାପଡ଼ିଥିଲା। ଏଭଳି ସାଂଘାତିକ ଅଭିଯୋଗ ପାଇ ସାଂସଦ ଶ୍ରୀ ଷଡ଼ଙ୍ଗୀ ଘଟଣା ସମ୍ପର୍କରେ ଖୋଳତାଡ଼ କରିଥିଲେ।

- Advertisement -

ଅଭିଯୋଗ ସତ୍ୟ ବୋଲି ଜାଣିବା ପରେ ବାଲିଆପାଳ ବିଡିଓ ରାଧାରଞ୍ଜନ ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରାର୍ଥସାରଥୀ ସାହୁ, ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ, ଏଇ ଅମିତ କୁମାର ମୁର୍ମୁଙ୍କ ସହିତ ଅନ୍ୟ କର୍ମଚାରୀଙ୍କୁ ବାଲେଶ୍ବର ସର୍କିଟ ହାଉସକୁ ଡକାଇ ସମ୍ପୃକ୍ତ କୁଣ୍ଡୁଳି ପଞ୍ଚାୟତର ପିଇଓଙ୍କ କଳା କାରନାମା ବିଷୟରେ ରହସ୍ୟ ଉନ୍ମୋଚନ କରିଥିଲେ। ସମ୍ପୃକ୍ତ ପିଇଓ ଦୋଷ ସ୍ବୀକାର କରି ସାଂସଦ ଶ୍ରୀ ଷଡ଼ଙ୍ଗୀ, ବାଲିଆପାଳ ବିଡିଓ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇ ଜଣ ହିତାଧିକାରୀଙ୍କ ଭତ୍ତା ଟଙ୍କା ଫେରସ୍ତ କରିଥିଲେ। ନେପୁରୀଙ୍କ ବାକି ଥିବା ୩ ହଜାର ୬ ଶହ ଟଙ୍କା ଦେଇଥିବାବେଳେ ସ୍ନେହଲତାଙ୍କ ବଳକା ୧୮ ହଜାର ୫ ଶହ ଟଙ୍କା ଆସନ୍ତା ୭ ଦିନ ମଧ୍ୟରେ ଦେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories